ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିସିସିଆଇ ପକ୍ଷରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୩ ସଂସ୍କରଣକୁ ସ୍ଥଗିତ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି ମ୍ୟାଚ୍ ମାର୍ଚ୍ଚ ୨୯ ରୁ ଆରମ୍ଭ ହେବାର ଥିଲା, କିନ୍ତୁ ଏବେ ଏହି ତାରିଖକୁ ଘୁଞ୍ଚା ଯାଇ ଅପ୍ରିଲ ୧୫ କରାଯାଇଛି । ଆଇପିଏଲର ୮ଟି ଫ୍ରାଞ୍ଚାଇଜ୍ କୁ ଏନେଇ ବିସିସିଆଇ ପକ୍ଷରୁ ସୂଚିତ କରାଯାଇଛି । ଏନେଇ ବିସିସିଆଇ ର ଜଣେ ଅଧିକାରୀ କହିଛନ୍ତି, ଏହା ଆନ୍ତରିକ ରୂପେ ନିର୍ଣ୍ଣୟ ନିଆଯାଇଛି, ମ୍ୟାଚ୍ ର ଶୁଭାରମ୍ଭ ୧୫ ଅପ୍ରିଲରେ ହେବ ।
କରୋନା ଭାଇରସ ପାଇଁ ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି କି ସମସ୍ତ ଟୁରିଷ୍ଟ ଭିଜାକୁ ବାତିଲ କରାଯାଇଛି । କୌଣସି ବିଦେଶୀ ଖେଳାଳୀ ଅପ୍ରିଲ ୧୫ ପୂର୍ବରୁ ଭାରତରେ ପ୍ରବେଶ କରିପାରିବେ ନାହିଁ ।