ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମ୍ ର କ୍ରିକେଟର ଜସପ୍ରିତ ବୁମରାହ ଆଜି ବିବାହ ବନ୍ଧନରେ ବାନ୍ଧି । ସେ ଟିଭି ପ୍ରେଜେଣ୍ଟର ସଞ୍ଜନାଙ୍କୁ ନିଜ ସାତ ଜନ୍ମର ସାଥୀ କରିବାକୁ ଯାଉଛନ୍ତି । କେବଳ ପରିବାର ସଦସ୍ୟ ଏବଂ ବନ୍ଧୁମାନେ ହିଁ ଜସପ୍ରୀତ୍ ଏବଂ ସଞ୍ଜନାଙ୍କ ବିବାହରେ ସାମିଲ ହେବେ । ରିପୋର୍ଟ ମୁତାବକ ଗୋଆରେ ହିଁ ବିବାହରର ସମସ୍ତ ରସମ ଗତକାଲି କରାଯାଇଛି । ବିବାହରେ ମୋବାଇଲ ଫୋନ ମଧ୍ୟ ବ୍ୟବହାର କରାଯିବ ନାହିଁ ବୋଲି ଶୁଣିବାକୁ ମିଳିଛୁ । ସମ୍ପୂର୍ଣ୍ଣ ଗୋପନୀୟତା ଭାବେ ବିବାହ ସମ୍ପନ୍ନ ହେବ ।
ଇଂରାଜୀ ଖବରକାଗକ ଟାଇମ୍ସ ଅଫ୍ ଇଣ୍ଡିଆ ମୁତାବକ, ବୁମରାହ ଏବଂ ସଞ୍ଜନାଙ୍କ ବିବାହ ଫକ୍ସନରେ କରୋନା ମହାମାରୀକୁ ଧ୍ୟାନରେ ରଖାଯିବ । ସେଥିପାଇଁ କେବଳ ୨୦ ଜଣ ହିଁ ଏଥିରେ ସାମିଲ ହେବେ । ଗତ କିଛିଦିନ ହେବ ବୁମରାହ ଏବଂ ସଞ୍ଜନା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ।
ସୂଚନାଯୋଗ୍ୟ, ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଚାରୋଟି ଟେଷ୍ଟ ମ୍ୟାଚ ସିରିଜ୍ ର ଚତୁର୍ଥ ଟେଷ୍ଟ ମଧ୍ୟରେ ବୁମରାହ ତାଙ୍କ ନାଁ ଫେରାଇ ନେଇଥିଲେ ବୁମରାହ । କୌଣସି ବ୍ୟକ୍ତିଗତ କାରଣ ପାଇଁ ସେ ବିସିସିଆଇକୁ ଛୁଟି ମାଗିଥିଲେ । ଯାହାକୁ ବିସିସିଆଇ ମଧ୍ୟ ସ୍ୱୀକାର କରିଥିଲା । କିନ୍ତୁ ଏବେ ଶୁଣିବାକୁ ମିଳୁଛ କି ଜସପ୍ରୀତ ବୁମରାହ ବିବାହ କରିବାକୁ ଯାଉଛନ୍ତି ।