ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ କ୍ୟାପ୍ଟେନ କପିଲ ହୃଦଘାତର ଶିକାର ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଓଖଲା ରୋଡ ସ୍ଥିତ ଫୋର୍ଟିସ ଏସ୍କର୍ଟସ ହାର୍ଟ ଇଂଷ୍ଟିଚ୍ୟୁଟର ଜରୁରୀକଳୀନ ବିଭାଗରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି କି ତାଙ୍କର ଏଞ୍ଜିଓପ୍ଲାଷ୍ଟିକ କରାଯାଇଛି । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ଆଗାମୀ କିଛି ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆ ଯିବ ।
୧୯୮୩ ମସିହାରେ କପିଳଦେବଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିଲା । ଏହାସହିତ ସେ ଦେଶରେ ଅନେକ ଯୁବକଙ୍କୁ କ୍ରିକେଟର ହେବା ପାଇଁ ପ୍ରେରିତ କରିଛନ୍ତି ।