ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଯଦି ଆଜି କ୍ରିକେଟ କିମ୍ବଦନ୍ତୀ ତଥା ଭାରତକୁ ପ୍ରଥମ ବିଶ୍ୱକପ ଦେଇଥିବା ଅଧିନାୟକ କପିଲ ଆଇପିଏଲ ଖେଳୁ ଥାଆନ୍ତେ ତେବେ ତାଙ୍କର ମୂଲ୍ୟ ୨୫ କୋଟି ହୋଇଥାଆନ୍ତା ବୋଲି କହିଛନ୍ତିି ସାଥୀ ଖେଳାଳି ସୁନୀଲ ଗାଭାସ୍କର । କପିଲ ଜଣେ ଉଚ୍ଚ କୋଟିର ଖେଳାଳି । ସେ ଟେଷ୍ଟ ଏବଂ ଦିନିକିଆରେ ଭଲ ଖେଳ ପ୍ରଦର୍ଶନ କରିଆସୁଥିଲେ । ସେ ବୋଲିଂ ହେଉ ବା ବ୍ୟାଟିଂ । ଏଭଳି କପିଲଙ୍କୁ ଅନେକ ପ୍ରଂଶସା କରିଛନ୍ତି । ସେ ସମୟରେ ଆଇପିଏଲ ଭଳି ବଡ ଫର୍ମାଟ ନଥିଲା ନହେଲେ କପିଲ ସବୁଠାରୁ ଦାମୀ ଖେଳାଳି ହୋଇଥାନ୍ତେ । ଏବଂ ଆଜି ବି ଯଦି କପିଲ ପଡିଆକୁ ଓହ୍ଲାଇବେ ତେବେ ସବୁଠାରୁ ଅଧିକ ଦାମରେ ଯିବେ ବୋଲି କହିଛନ୍ତି ସୁନୀଲ ।
ମୁଁ ମୋର ଖେଳ ସମୟ ଏବଂ ଭାଷ୍ୟକାର ସମୟରେ ଏଭଳି ଖେଳାଳି ଦେଖିନି । ଯିଏକି କପିଲଙ୍କ ସମକକ୍ଷ ହୋଇପାରିବ । ଆଜି ବି ମନେ ପଡିଯାଉଛି କପିଲଙ୍କ ସର୍ବଶ୍ରେଷ୍ଠ ୧୭୫ ରନ । ସେହି ମ୍ୟାଚରେ ଥଣ୍ଡାପାଗ ଥିବାରୁ ଆମେ ଭାବିଥିଲୁ ୭୦ରୁ ୮୦ ଭିତରେ ଅଲଆଉଟ ହୋଇଯିବୁ ମାତ୍ର କପିଲଙ୍କ ଲଢ଼ୁଆ ବ୍ୟାଟିଂ ଖୁବ ମନଛୁଆଁଥିଲା । ସେହି ମ୍ୟାଚରେ ମାରିଥିବା ଛକାଗୁଡିକ ଦେଖିବା ଭଳି ହୋଇଥିଲା । ଏଣୁ ଏବେ ଯଦି ନିଲାମ ହୋଇଥାନ୍ତା ସେହି ଦର୍ଶନୀୟ ଛକା ପାଇଁ ୨୫ କଟେିରେ କିଣା ହୋଇଥାନ୍ତେ କପିଲ । କାରଣ କପିଲ ହେଉଛନ୍ତି ବିଶ୍ୱର ସବୁଠାରୁ ଦାମୀ ଅଲରାଉଣ୍ଡର ।