କୋଲକାତା (ଏଟିଆର ବ୍ୟୁରୋ); ଶୁକ୍ରବାର ଇଡେନ ଗାଡେନରେ ଦିଲ୍ଲୀ କ୍ୟାପିଟାଲକୁ ଭେଟିବା ପାଇଁ ଯାଉଛି କୋଲକାତା । ପ୍ରଥମ ମ୍ୟାଚରେ କୋଲକାତାକୁ ସୁପର ଓଭରରେ ଦିଲ୍ଲୀ ହରାଇ ବିଜୟ ହୋଇଥିଲା । ଘରୋଇ ପରିବେଶରେ ଦିଲ୍ଳୀ କୋଲକାତାକୁ ହରାଇଥିବାରୁ ଇଡେନରେ ତାର ପ୍ରତିଶୋଧ ନେବା ଲକ୍ଷ୍ୟ ମଇଦାନକୁ ଓହ୍ଳାଇବ କାର୍ତ୍ତିକ ବାହିନୀ । ତେବେ ଆଜିର ମ୍ୟାଚଟି କୋଲକାତାରରେ ହେବାକୁ ଥିବାରୁ ଘରୋଇ ଦଳର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି । ଆଜିର ମ୍ୟାଚ ପୂର୍ବରୁ ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର କହିଛନ୍ତି ି ଇଡେନରେ ଦିଲ୍ଲୀ ବିଜୟ ହେବା ଏତେ ସହଜ ନୁହେଁ ।
କୋଲକାତାର ହାର୍ଡ ହିଟର ରସେଲଙ୍କୁ ଟାର୍ଗେଟ କରିବ ଦିଲ୍ଲୀ । ପ୍ରଥମ ମ୍ୟାଚରେ ମଧ୍ୟ ଦିଲ୍ଲୀ ବୋଲରଙ୍କୁ ଧୁଲେଇ କରି ଦଳୀୟ ସ୍କୋର ବଢ଼ାଇଥିଲେ ରସେଲ । ଅପରପକ୍ଷରେ କୋଲକାତା ଯୁବ ଖେଳାଳି ପନ୍ଥଙ୍କୁ ମୁଖ୍ୟ ଟାର୍ଗେଟ କରିବ । ଏବଂ ପୂର୍ବ ମ୍ୟାଚକୁ ଦିଲ୍ଲୀ ହାତରେ ଦେଇଥିବା ପୃଥୀ ଶଙ୍କୁ ପ୍ରଥମରୁ ନିଜ କବଜାରେ ରଖିବା ପାଇଁ ଚେଷ୍ଟା କରିବ କୋଲକାତା । ଆଜିର ମ୍ୟାଚ କୋଲକାତା ଯଦି ବିଜୟ ହୁଏ ତେବେ ଦଳ ଦ୍ୱିତୀୟ ସ୍ଥାନକୁ ବଜାୟ ରଖିବ । ଦିଲ୍ଲୀ ଯଦି ଆଜିର ମ୍ୟାଚଟିକୁ ବିଜୟ ହୁଏ ତେବେ ଚତୁର୍ଥ ସ୍ଥାନକୁ ଆସିବ । ଦୁଇ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଥିବାରୁ ମ୍ୟାଚଟି ହାଇଭୋଲଟେଜ ହେବ ବୋଲି ଅନୁମାନ କରାଯାଉଛି ।