ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ପୁଣି ଲେଉଟିଛି କରେନା କୋପ । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଏହାରି ମଧ୍ୟରେ ମୁମ୍ବାଇରେ ଆଇପିଏଲ ମ୍ୟାଚର ଆୟୋଜନ ପାଇଁ ସବୁଜ ସଂକେତ ମିଳିଯାଇଛି । ବିନା କୌଣସି ପ୍ରତିବନ୍ଧକରେ ମୁମ୍ବାଇରେ ଆଇପିଏଲ ମ୍ୟାଚର ଆୟୋଜନ କରିବାର ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । ଅବଶ୍ୟ ସରକାର ସ୍ପଷ୍ଟ କରିଛନ୍ତି କି ମ୍ୟାଚ ସମୟରେ କୌଣସି ଦର୍ଶକକୁ ଷ୍ଟାଡିୟମକୁ ଯିବାକୁ ଅନୁମତି ମିଳିବ ନାହିଁ ।
ଆଇପିଏଲ ମ୍ୟାଚର ସ୍ଥିତିକୁ ନେଇ ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନୱାବ ମଲିକ । ସେ କହିଛନ୍ତି କି, ଆଇପିଏଲ ର ଆୟୋଜନକୁ ସବୁକ ସଂକେତ ଦିଆଯାଇଛି । କିନ୍ତୁ କଡାକଡା ନିୟମ ପାଳନ କରାଯାଇ ମ୍ୟାଚ ଆୟୋଜନ କରାଯିବ । ଷ୍ଟାଡିୟମକୁ ଦର୍ଶକଙ୍କୁ ଯିବା ପାଇଁ ଅନୁମତି ଦିଆଯିବ ନାହିଁ । ଖେଳାଳୀ ଏବଂ ଅନ୍ୟ ଷ୍ଟାଫମାନଙ୍କୁ ଆଇସୋଲେଟରେ ରହିବାକୁ ହେବ ।
ସେ ଆହୁରି ମଧ୍ୟ କହିଛନ୍ତି କି, ସମସ୍ତ ଖେଳାଳୀଙ୍କୁ କରୋନା ଟୀକା ଲଗାଇବାକୁ ଚାହୁଁଥିଲା ବିସିସିଆଇ । କିନ୍ତୁ ଆଇସିଏମଆର ର ଗାଇଡଲାଇନ୍ସ ଯୋଗୁଁ ଟୀକାକରଣ ହୋଇପାରିଲା ନାହିଁ । କାରଣ ବର୍ତ୍ତମାନ ୪୫ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ଟୀକା ଦିଆଯାଉଛି । ୪୫ ବର୍ଷରୁ କମ ବୟସରୁ ବ୍ୟକ୍ତିଙ୍କୁ ଟୀକା ଦିଆଯାଇ ପାରିବ ନାହିଁ ।