କଲମ୍ବୋ (ଏଟିଆର ବ୍ୟୁରୋ); ଆନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଛନ୍ତି ସିଂହଳୀ ଦୃତ ବୋଲର ଲସିଥ ମାଲିଙ୍ଗା । ଗତକାଲି ବାଲାଂଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଦଳ ବିଜୟ ହେବା ପରେ ସେ କ୍ରିକେଟକୁ ଅଲବିଦା କହିଛନ୍ତି । ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ଲସିଥ ମାଲିଙ୍ଗା । ଆନ୍ତର୍ଜୀୟ କ୍ରିକେଟରେ ଜଣେ ସଫଳ ଭାବରେ ସାରା ବିଶ୍ୱରେ ସେ ପରିଚିତ । ପିଲାଟି ଦିନରୁ କ୍ରିକେଟ ପ୍ରତି ତାଙ୍କର ଥିଲା ଅତ୍ୟନ୍ତ ଆଗ୍ରହ । ଗରୀବ ପରିବାରରୁ ଆସି ଭଲ ପ୍ରଦର୍ଶନ କରି ଆଜି ସେ ଜଣେ ସଫଳ କ୍ରିକେଟର । ତାଙ୍କ ବଲକୁ ସାମନା କରିବା ପାଇଁ ପ୍ରଥମେ ବ୍ୟାଟ୍ସମ୍ୟାନମାନେ ଭୟ କରୁଥିଲେ ।
୩୫ ବର୍ଷୀୟ ଲସିଥ ମାଲିଙ୍ଗା ଶ୍ରୀଲଙ୍କାରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ କ୍ରିକେଟ ପ୍ରତି ତାଙ୍କର ଦୁର୍ବଳତା ଥିଲା । ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ସେ ବହୁତ କଷ୍ଟ କରିଥିଲେ । ୨୦୦୪ ମସିହାରେ ସେ ଆନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ଏକ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଣ୍ଟି କରିଥିଲେ । ତେବେ ୨୦୧୦ରେ ଭାରତ ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳି ଟେଷ୍ଟରୁ ଅବସର ଘୋଷଣା କରିଥିଲେ । ୟୁଏଇ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିବା ବେଳେ ଗତକାଲି ବାଲାଂଦେଶ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ ଖେଳିଛନ୍ତି ।
ମଲିଙ୍ଗା ନିଜ କ୍ରିକେଟ କ୍ୟାରିୟରରେ ୩୦ ଟେଷ୍ଟ ମ୍ୟାଚରୁ ୧୦୧ ୱିକେଟ ନେଇଥିବା ବେଳେ ୨୨୬ ଦିନିକିଆରେ ୩୩୮ ୱିକେଟ ଏବଂ ଟି-୨୦ରେ ୭୩ ମ୍ୟାଚରୁ ୨୭ ୱିକେଟ ଅକ୍ତିଆର କରିଛନ୍ତି । ଏହା ସହ ପ୍ରଥମ ଶ୍ରେଣୀ କ୍ରିକେଟରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଛନ୍ତି । ମାଲିଙ୍ଗାଙ୍କ ବୋଲିଂ ଶୈଳୀ ନିଆରା । ଯାହାକି ତିନୋଟିଯାକ ଫର୍ମାର୍ଟରେ ବ୍ୟାଟ୍ସମ୍ୟାନଙ୍କୁ ପାଣି ପିଆଇ ଦେଇଥାଏ । ନିକଟରେ ଯାଇଥିବା ବିଶ୍ୱକପରେ ମଧ୍ୟ ଭଲ ବୋଲିଂ କରିଥିଲେ ମାଲିଙ୍ଗା । ବିଶ୍ୱ ବିଜେତା ବିବେଚିତ ହୋଇଥିବା ଇଂଲଣ୍ଡକୁ ଲିଗ ମ୍ୟାଚରେ ଆଣ୍ଠେଇଥିଲା ଶ୍ରୀଲଙ୍କା । ଯେଉଁଥିରେ ମୁଖ୍ୟ ପୁରୋଧା ସାଜିଥିଲେ ମାଲିଙ୍ଗା ।
ଗତକାଲି ବାଲାଂଦେଶ ବିପକ୍ଷ ମ୍ୟାଚରେ ମଧ୍ୟ ମଲିଙ୍ଗା ଘାତକ ବୋଲିଂ କରିଥିଲେ । ତିନୋଟି ୱିକେଟ ଅକ୍ତିଆର କରିଥିଲେ ସେ । ପ୍ରଥମ ଏବଂ ଶେଷ ୱିକେଟ ମଧ୍ୟ ତାଙ୍କ ଖାତାରେ ଯୋଡି ହୋଇଥିଲା । ଶେଷ ମ୍ୟାଚରେ ଦମଦାର ବିଜୟ ସହ ସେ ବିଦାୟ ନେଇଥିଲେ । ମାଲିଙ୍ଗା ବିଶ୍ୱର ଧନୀ କ୍ରିକେଟ ଲିଗ ଆଇପିଏଲରେ ଖେଳ ଜାରି ରଖିବେ ।