ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଋଷର ଉଲାନ ଉଦେ ସହରରେ ଚାଲିଥିବା ୱାଲ୍ଡ ବକ୍ସିଂ ଚାମ୍ପିଅନସିପ୍ ରେ ଦେଶର ପ୍ରଖ୍ୟାତ ବକ୍ସର ମେରିକମ ପଦକ ପକ୍କା କରିଛନ୍ତି । ୫୧ କି.ଗ୍ରା ଭାରବର୍ଗର କ୍ୱାଟରଫାଇନାଲ ରେ କୋଲମ୍ବିୟାର ଭିକ୍ଟୋରିୟା ବ୍ୟାଲେଂଲିୟାକୁ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ମ୍ୟାରିକମ୍ । ଏହି ମେଡାଲ ମ୍ୟାରିକମ୍ ଙ୍କର ୮ ନମ୍ବର ମେଡାଲ ହେବ ।
୪୮ କି.ଗ୍ରା ଭାରବର୍ଗରେ ଛଅ ଥର ବିଶ୍ୱ ଚାମ୍ପଅନସିପ୍ ହୋଇଥିବା ମ୍ୟାରିକମଙ୍କର ଏହା ୫୧ କି.ଗ୍ରା ଭାରବର୍ଗ ୱାଲ୍ଡ ଚାମ୍ପିଅନରେ ପ୍ରଥମ ପଦକ ହେବ । ହୁଏତ ସେ ଏହି ଭାରବର୍ଗରେ ୨୦୧୪ ହୋଇଥିବା ଏସିଆ ଖେଳରେ ସ୍ୱର୍ଣ୍ଣ ଏବଂ ୨୦୧୮ ରେ ହୋଇଥିବା ଏସିଆ ଖେଳରେ କାଂସ୍ୟ ପଦକ ହାସଲ କରିଥିଲେ । ଏହାସହିତ ଏହି ଭାରବର୍ଗରେ ୨୦୧୨ ମସିହା ଲଣ୍ଡନରେ ହୋଇଥିବା ଅଲମ୍ପିକରେ ସେ କାଂସ୍ୟ ଜିତିଥିଲେ ।
ଆଜିର ଏହି ମ୍ୟାଚର ପ୍ରଥମରୁ ମ୍ୟାରିକମ୍ ଭଲ ପ୍ରଦର୍ଶନ କରିଥିଲେ । ତାଙ୍କ ବିପକ୍ଷରେ ଖେଳୁଥିବା ଖେଳାଳି ମଧ୍ୟ ମ୍ୟାରିଙ୍କୁ ଟକ୍କର ଦେବା ପାଇଁ ଚେଷ୍ଟା ଜାରି ରଖିଥିଲେ । ଶେଷରେ ଦୁଇ ଖେଳାଳୀ ଆକ୍ରମଣାତ୍ମ ହୋଇଯାଇଥିଲେ । ପୁଣି ଦ୍ୱିତୀୟ ପର୍ଯ୍ୟାୟରେ ଦୁଇ ଖେଳାଳୀ ଜବରଦସ୍ତ ପ୍ରଦର୍ଶନ କରିଥିଲେ, କିନ୍ତୁ ମ୍ୟାରି ତାଙ୍କ ବିପକ୍ଷ ଖେଳାଳୀଙ୍କ ଠାରୁ ଟିକେ ଆଗରେ ରହିଥିଲେ । ସେହିପରି ତୃତୀୟ ପର୍ଯ୍ୟାୟରେ ବି ମ୍ୟାରି ଦମଦାର୍ ପ୍ରଦର୍ଶନ କରିଥିଲେ ।