ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇପିଏଲ ଇତିହାସରେ ଗଣିତି ହେଉଥିବା ସବୁଠାରୁ ସଫଳ ଟିମ୍ ହେଉଛି ଚେନ୍ନାଇ ସୁପରକିଙ୍ଗ । ଏହି ଟିମ୍ ର ନେତୃତ୍ୱ ମହେନ୍ଦ୍ର ସିଂ ହିଁ କରନ୍ତି । ଏନେଇ ସିଏସକେ ର ଟାଇଟଲ ମଧ୍ୟ ଜିତି ସାରିଛନ୍ତି, କିନ୍ତୁ ସ୍ପଟ ଫିକ୍ସିଂକୁ ନେଇ ତାଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି । ଏହି ପ୍ରସଙ୍ଗକୁ ନେଇ ପ୍ରଥମ ଥର ମହେନ୍ଦ୍ର ସିଂ ଧୋନୀ ମୁହଁ ଖୋଲିଛନ୍ତି ।
ପ୍ରକୃତରେ ଆଇପିଏଲ କୁ ଦୃଷ୍ଟିରେ ରଖି ମାର୍ଚ୍ଚ ୨୦ ରେ ହଟଷ୍ଟାରରେ‘ରୋର ଅଫ୍ ଦି ଲାୟନ’ ନାମକ ଏକ ଡକ୍ୟୁମେଣ୍ଟ୍ରି ରିଲିଜ୍ ହେବାକୁ ଯାଉଛି । ବର୍ତ୍ତମାନ ଏହାର ଟିଜର ସାମ୍ନାକୁ ଆସିଛି । ଯେଉଁଥିରେ ଆରମ୍ଭରୁ ଧୋନୀ କହୁଛନ୍ତି କି , ମୋ ପାଇଁ ଅପରାଧ କରିବା ସବୁଠାରୁ ବଡ ଅପରାଧ ନୁହେଁ, ବରଂ ମ୍ୟାଚ୍ ଫିକ୍ସିଂ କରିବା ।
୪୫ ସେକେଣ୍ଡର ଏହି ଭିଡିଓରେ ଧୋନୀ କହିଛନ୍ତି କି, ‘ମ୍ୟାଜ୍ ଫିକ୍ସଂରେ ଟିମ୍ ଇଣ୍ଡିଆ ସାମିଲ ଥିଲା, ମୋ ନାଁ ରେ ବି ଅଭିଯୋଗ ଲଗାଯାଇଥିଲା । ଏହା ଆମ ସମସ୍ତଙ୍କ ପାଇଁ କଠିନ ପରିସ୍ଥିତି ଥିଲା । ପୁଣି ଫେରିବା ଆମ ପାଇଁ ଏବଂ ଫ୍ୟାନ୍ସଙ୍କ ପାଇଁ ବହୁତ ଭାବୁକ କ୍ଷଣ ଥିଲା ଏବଂ ମୁଁ ସର୍ବଦା କହିଛି କି, ଯେଉଁ ଜିନିଷ ଦ୍ୱାରା ଆପଣଙ୍କ ମୃତ୍ୟୁ ହେଉ ନାହିଁ, ତାହା ଆପଣଙ୍କୁ ମଜବୁତ କରିଥାଏ ।’
Watch how @msdhoni and a bunch of men in yellow jerseys wrote one of India's greatest comeback stories. #HotstarSpecials is proud to present #RoarOfTheLion. Trailer out. pic.twitter.com/nkWpV1EPnl
— Hotstar Specials (@HotstarSpecials) March 10, 2019
ଭିଡଓରେ ଧୋନୀଙ୍କ ବ୍ୟତିତ ସୁରେଶ ରାଇନା, ରବିନ୍ଦଅ ଜାଡେଜା ଏବଂ ଅନ୍ୟ ଖେଳାଳି ବି ନଜର ଆସିଛନ୍ତି । ବର୍ଷ ୨୦୧୫ ରେ ଦୁଇବର୍ଷ କାଳ ବ୍ୟାନ୍ ହେବା ପରେ ନୂଆ ଟିମ୍ ରାଇଜିଙ୍ଗ ପୁଣେ ସୁପରଜଏଣ୍ଟର ମଙ୍ଗ ସମ୍ଭାଳୁଥିବାର ନଜର ଆସିଛନ୍ତି ଧୋନୀ । ହୁଏତ ବର୍ଷ ୨୦୧୭ ରେ ଧୋନୀଙ୍କ ସ୍ଥାନରେ ଅଷ୍ଟେଲିଆ ଖେଳାଳି ଷ୍ଟିବ ସ୍ମିଥ୍ ଙ୍କୁ ଟିମ୍ ଦାୟିତ୍ୱ ଦିଆଯାଇଥିଲା ।
ବର୍ଷ ୨୦୧୮ରେ ପୁନର୍ବାର ତୃତୀୟ ଥର ପାଇଁ ଚେନ୍ନାଇ ସୁପରକିଙ୍ଗ ଟାଇଟେଲ ହାତେଇଥିଲା । ମାତ୍ର ଦକ୍ଷିଣ ଭାରତରେ ଚାଲିଥିବା କାବେରୀ ବିବାଦ ବେଳେ କିଛି ମ୍ୟାଚ୍ ପରେ ସିଏସକେ ର ହୋମ ଗ୍ରାଉଣ୍ଡ ଚେନ୍ନାଇ ରୁ ବଦଳାଇ ଦିଆଯାଇଥିଲା । ସେ ହି ସିଜିନ୍ ରେ ଧୋନୀ ସାନ୍ଦାର ପ୍ରଦର୍ଶନ କରିଥିଲେ ।