ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାର ଦୁର୍ଘଟଣାରେ ଗୁରୁତର ହୋଇଥିବା ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କର ଡେରାଡୁନ ର ମ୍ୟାକ୍ସ ହସ୍ପୀଟାଲରେ ଚିକିତ୍ସା ଚାଲିଛି । ଏହାରି ମଧ୍ୟରେ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରୀକ୍ଟ କ୍ରିକେଟ ଆସୋସିଏସନ ଏକ ବଡ ନିର୍ଣ୍ଣୟ ନେଇଛି । ପନ୍ତଙ୍କ ଉତ୍ତମ ଚିକିତ୍ସା ପାଇଁ ମୁମ୍ବାଇ ନେବାର ନିଷ୍ପତି ନେଇଛି ଡିଡିସିଏ । ସେଠାରେ ତାଙ୍କର ଲିଗାମେଣ୍ଟର ଚିକିତ୍ସା କରାଯିବ ।
ଡିଡିସିଏ ର ଅଧ୍ୟକ୍ଷ ଶର୍ମାଙ୍କ ମୁତାବକ,କ୍ରିକେଟର ଋଷଭ ପନ୍ତଙ୍କୁ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥାନାନ୍ତର କରାଯିବ ।
ଋଷଭଙ୍କ ସ୍ୱାସ୍ଥ୍ୟ ଉପରେ ଏବେ ଡିଡିସିଏ ଏବଂ ବିସିସିଆଇ ର ନଜର ରହିଛି ।
ସୂଚନାଯୋଗ୍ୟ, ଗତ ୩୦ ଡିସେମ୍ବରରେ ଦୁବାଇରୁ କ୍ରିସମସ ପାଳନ କରି ଋଷଭ ପନ୍ତ ରୁଡକୀ ଫେରୁଥିବା ବେଳେ କାର ଦୁର୍ଘଟଣାର ଶିକାର ହୋଇଥିଲେ ।