ଟୋକିଓ (ଏଟିଆର ବ୍ୟୁରୋ); ଅଲିମ୍ପିକ୍ସରେ ପ୍ରଥମ ପଦକ ହାସଲ କଲା ଭାରତ । ମୀରାବାଇ ଚାନୁ ଭାରତକୁ ପ୍ରଥମ ପଦକ ଭେଟି ଦେଇଛନ୍ତି । ୪୯ କିଲାଗ୍ରାମର ବର୍ଗର ରୌପ୍ୟ ପଦକ ହାସଲ କରିଛନ୍ତି ଭାରୋତ୍ତୋଳକ ମୀରାବାଇ ଚାନୁ ।
ସ୍ନାଚ୍ ଇଭେଣ୍ଟର ପ୍ରଥମ ପ୍ରୟାସରେ ମୀରାବାଇ ୮୪ କିଲୋଗ୍ରାମର ଏବଂ ଦ୍ୱିତୀୟ ପ୍ରୟାସରେ ୮୭ କିଲୋଗ୍ରାମର ଓଜନ ଉଠାଇଥିଲେ । କିନ୍ତୁ ତୃତୀୟ ପ୍ରୟାସରେ ୮୯ କିଲୋଗ୍ରାମ ଉଠାଇ ବିଫଳ ହୋଇଥିଲେ ମୀରାବାଇ । ସ୍ୱର୍ଣ୍ଣ ପଦକରୁ ଅଳ୍ପକେ ବଞ୍ଚିତ ହୋଇ ରୌପ୍ୟ ପଦକ ହାସଲ କରିଛନ୍ତି ।
ସେହିପରି କ୍ଲିନ ଏଣ୍ଡ ଜର୍କର ପ୍ରଥମ ପ୍ରୟାସରେ ୧୧୦ କିଲୋଗ୍ରାମ ଓଜନ ଉଠାଇବା ସହ ଦ୍ୱିତୀୟ ପ୍ରୟାସରେ ୧୧୫ କିଲୋଗ୍ରାମ ଓଜନ ଉଠାଇ ମୀରାବାଇ ବିଫଳ ହୋଇଥିଲେ ।