ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ର ୧୩ତମ ସିଜିନ୍ ପାଇଁ ଚେନ୍ନାଇରେ ପହଁଚିଲେ ଚେନ୍ନାଇ ସୁପରକିଙ୍ଗ ର କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନୀ । ଆଜିଠାରୁ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅନ୍ୟ ଖେଳାଳୀଙ୍କ ସହିତ ଟ୍ରେନିଂ ଆରମ୍ଭ କରିବେ ଧୋନୀ ।
ମାର୍ଚ୍ଚ ୨୯ ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ । ଏହାର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପରକିଙ୍ଗ ଏବଂ ମୁମ୍ବାଇ ଇଣ୍ଡିଆନ୍ ମଧ୍ୟରେ ହେବ । ସେହିଅନୁଯାୟୀ ଧୋନୀଙ୍କ ଟିମ୍ ରେ ଥିବା ସୁରେଶ ରାଇନା, ଅମ୍ବାତି ରାୟଡୁ ଏବଂ ଅନ୍ୟ ଖେଳାଳୀ ମାନେ ମାର୍ଚ୍ଚ ୧୯ ରେ ଟେନିଂ ଆରମ୍ଭ କରିବେ ।
ଅପରପକ୍ଷେ ଚେନ୍ନାଇରେ ଧୋନୀ ପହଁଚିବାକୁ ନେଇ ଚେନ୍ନାଇ ସୁପରକିଙ୍ଗ ପକ୍ଷରୁ ଏକ ଟ୍ୱିଟ୍ କରାଯାଇଛି ।
THALA DHARISANAM! #WhistlePodu 🦁💛 pic.twitter.com/fb7TCiuqHL
— Chennai Super Kings (@ChennaiIPL) March 1, 2020
ସୂଚନାଯୋଗ୍ୟ, ଆଇସିସି ବିଶ୍ୱ କପ୍ ପର ଠାରୁ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଠାରୁ ଦୂରେଇ ରହିଛନ୍ତି । ସେବେଠାରୁ ତାଙ୍କର କ୍ରିକେଟରୁ ସନ୍ନ୍ୟାସ ନେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏନେଇ କୌଣସି ଅଫିସିଆଲ ସୂତ୍ରରୁ ସ୍ପଷ୍ଟିକରଣ ହୋଇନାହିଁ ।