ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ୩୯ ବର୍ଷ ବୟସରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀ । କ୍ୟାପ୍ଟେନ କୁଲ୍ ନାମରେ ପରିଚିତ ଧୋନୀ ଇଂଟରନେସନାଲ କ୍ରିକେଟ ବ୍ୟତିତ ଇଣ୍ଡିଆନ୍ ପ୍ରିମିୟର ଲିଗରେ ବି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି, ଯାହାକୁ ଭାଙ୍ଗିବା କୌଣସି ବି କ୍ରିକେଟରଙ୍କ ପକ୍ଷେ କଷ୍ଟକର ହୋଇପଡିବ । ଆଇପିଏଲରେ ଧୋନୀ ତିନି ଥର ଚେନ୍ନାଇ ସୁପର କିଙ୍ଗସ କୁ ବିଜେତା କରାଇଛନ୍ତି ।
ଭାରତ ପାଇଁ ଧୋନୀ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ୨୦୦ ୱାନଡେରେ କ୍ୟାକ୍ଟେନସିପ୍ କରିଛନ୍ତି । ଏଥିରେ ୧୧୦ ଟି ମ୍ୟାଚ୍ ରେ ଭାରତ ବିଜୟ ହାସଲ କରିଛି । ଧୋନୀ ବିଶ୍ୱର ତୃତୀୟ ଏଭଳି କ୍ୟାପ୍ଟେନ ସବୁଠାରୁ ଅଧିକ ୱାନଡେ ମ୍ୟାଚ୍ ର କ୍ୟାପ୍ଟେନସିପ୍ କରିଛନ୍ତି । ସେ ୯୦ ଟି ଟେଷ୍ଟ, ୩୪୯ ଟି ୱାନଡେ ଏବଂ ୯୮ ଟି ଟି୨୦ ଇଂଟରନେସନାଲ ମ୍ୟାଚ୍ ଖେଳିଛନ୍ତି ।
ଏହାପରେ ୨୦୧୫ ରେ ଧୋନୀ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇଥିଲେ । ଧୋନୀ ତାଙ୍କ କ୍ୟାପ୍ଟେସିପ୍ ସମୟରେ ଦେଶକୁ ୨୦୦୭ ରେ ଟି୨୦ ଏବଂ ୨୦୧୧ ରେ ୱାନଡେ ୱାଲ୍ଡ କପ୍ ବ୍ୟତିତ ୨୦୧୩ ରେ ଚାମ୍ପିୟଂନ୍ସ ଟ୍ରଫ୍ି ଜିତାଇଛନ୍ତି ।