ମୁମ୍ବାଇ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲର ବୁଧବାର ଖେଳାଯାଇଥିବା ମ୍ୟାଚରେ ରୋମାଞ୍ଚକ ବିଜୟ ହୋଇଛି ମୁମ୍ବାଇ । ରାହୁଲଙ୍କ ଧୂଆଁଧାର ଶତକ ସତ୍ୱେ ପଞ୍ଜାବ ପରାଜୟ ବରଣ କରିଛି । ଶେଷ ବଲରେ ମ୍ୟାଚ ଜିତି ମୁମ୍ବାଇ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରୁ ସିଧା ତିନି ନମ୍ବର ସ୍ଥାନକୁ ଲମ୍ଫମାରିଛି । କିରଣ ପୋଲାର୍ଡଙ୍କ ମାଡରେ ପଞ୍ଜାବ ବୋଲର ଘାଇଲା ହୋଇଥିଲେ ।
ଏକାକି ଦଳ ପାଇଁ ଶେଷ ପର୍ଯନ୍ତ ଲଢ଼ିଥିବାରୁ ଦଳ ଏତେ ବଡ ବିଜୟ ହୋଇଛି । ଶେଷ ଓଭରରେ ୧୫ ରନ ଆବଶ୍ୟକ ହୋଇଥିବା ବେଳେ ଅଙ୍କିତ ରାଜପୁତ ପ୍ରଥମ ବଲରେ ନୋବଲ ଦେଇଥିଲେ ଯାହାକୁ ଛକା ମାରି ଖେଳକୁ ରୋମାଞ୍ଚକ କରିଥିଲେ ପୋଲାର୍ଡ । ଫ୍ରିହିଟ ବଲରେ ଆଉ ଏକ ଚୌକାମାରିବା ପରେ ମାତ୍ର ୧ବଲରେ ୧୧ ରନ ମୁମ୍ବାଇକୁ ବଡ ସଫଳତା ମିଳିଥିଲା । ତେବେ ପୋଲାର୍ଡ ସେହି ଓଭରରେ ଆଉଟ ହେବା ପରେ ମମସ୍ତଙ୍କ ମନରେ ଛନକା ପଶିଯାଇଥିଲା । କିନ୍ତୁ ୨ଟି ଦୁଇ ରନ ନେଇ ଦଳ ବିଜୟର ସ୍ୱାଦ ଛାଖିଥିଲା ।
ସଂକ୍ଷିପ୍ତ ସ୍କୋର: କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦ ଓଭରରେ ୧୯୭/୪ (ଲେକେଶ ରାହୁଲ ୧୦୦ଞ୍ଚ, କ୍ରିସ୍ ଗେଲ୍ ୬୩, ହାର୍ଦିକ ପାଣ୍ଡ୍ୟା ୨/୫୭, ଯଶପ୍ରୀତ ବୁମରା ୧/୩୮, ଜାସନ ବେହେରନଡ୍ରଫ ୧/୩୫)। ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୮/୭ (କିରଣ ପୋଲାର୍ଡ ୮୩, କ୍ବିଣ୍ଟନ୍ ଡି’କକ୍ ୨୪, ସୂର୍ୟ୍ୟକୁମାର ଯାଦବ ୨୧, ଆଲଜେରି ଜୋସେଫ ୧୫ଞ୍ଚ, ମହମ୍ମଦ ସାମି ୩/୨୧, ରବିଚନ୍ଦ୍ରନ୍ ଅଶ୍ବିନ୍ ୧/୩୭, ଅଙ୍କିତ ରାଜପୁତ ୧/୫୨)।