ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମ୍ ରୁ ବାହାରିଛନ୍ତି ଏହି ଖେଳାଳୀ । ଆଜ୍ଞା ହଁ ଭାରତୀୟ କ୍ରିକେଟ ଟିମ୍ ର ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ନ୍ୟୁଜଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି୨୦ ଏବଂ ୱାନଡେ ସିରିଜ୍ ରୁ ବାଦ୍ ପଡିଛନ୍ତି । ସେ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ୱାନଡେ ମ୍ୟାଚ୍ ରେ ଆହତ ହୋଇଯାଇଥିଲେ । ତାଙ୍କ କାନ୍ଧରେ ଆଘାତ ଲାଗିଥିଲା । ସେଥିପାଇଁ ତାଙ୍କୁ ଟିମ୍ ରୁ ବାହାର ହେବାକୁ ପଡିଛି । ମାତ୍ର ଏନେଇ ବିସିସିଆଇ ର ଅଫିସିଆଲ ବୟାନ ଆସିବା ବାକି ରହିଛି ।
ଅଷ୍ଟ୍ରେଲିଆ ବିପକ୍ଷରେ ବେଙ୍ଗାଲୁରୁରେ ଖେଳାଯାଇଥିବା ଅନ୍ତିମ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ଶିଖର ଧୱନଙ୍କୁ ଆଘାତ ଲାଗିଥିଲା । ତାଙ୍କ ସ୍ଥାନରେ ୟୁଜବେନ୍ଦ୍ର ଚହଲ ଫିଲ୍ଡିଂ କରିଥିଲେ । ମ୍ୟାଚ୍ ମଝିରୁ ଧୱନଙ୍କୁ ହସ୍ପିଟାଲ ଯିବାକୁ ପଡିଥିଲା । ହସ୍ପିଟାଲରେ ଏକ୍ସ୍ରେ କରିବା ପରେ ଜାଣିବାକୁ ମିଳିଲା କି ତାଙ୍କୁ ଗଭୀର ଆଘାତ ଲାଗିଛି ।
ମିଡିଆ ରିପୋର୍ଟ ମୁତାବକ, ଜାନୁଆରୀ ୨୪ ରେ ନ୍ୟୁଜଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି୨୦ ସିରିଜ୍ ଏବଂ ଫେବୃଆରୀ ୫ ରେ ହେବାକୁ ଥିବା ୱାନଡେ ସିରିଜ୍ ରୁ ବାଦ୍ ପଡିଛନ୍ତି ଶିଖର ଧୱନ । ସେପଟେ ଭାରତୀୟ ଟିମ୍ ର ଗୋଟେ ବ୍ୟାଚ୍ ସୋମବାର ରାତିରେ ଓକଲାଣ୍ଡ ଅଭିମୁଖେ ଯାତ୍ରା ଅ।।ରମ୍ଭ କରିଥିବା ବେଳେ ଦ୍ୱିତୀୟ ବ୍ୟାଚ୍ ମଙ୍ଗଳବାର ରାତିରେ ଯାତ୍ରା ଆରମ୍ଭ କରିବ ।