ଅକଲାଣ୍ଡ (ଏଟିଆର ବ୍ୟୁରୋ); ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ସୀମିତ ଓଭର ସିରିଜ । ୫ଟି ଦିନିକିଆ ଏବଂ ଟି-୨୦ ଖେଳାଯିବ । ଭାରତ ଅଷ୍ଟ୍ରେଲିଆ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଜିତିବା ପରେ ଭାରତୀୟ ଦଳର ମନୋବଳ ବଢ଼ିଯାଇଛି । ଭାରତୀୟ ଖେଳାଳିମାନେ ଭଲ ଫର୍ମରେ ରହିଥିବା ଦେଖିବାକୁ ମିଳିଛି । ସେପଟେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଖେଳିବାକୁ ଯାଉଥିବାରୁ ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଇଛି । ତେବେ ନ୍ୟୁଜିଲାଣ୍ଡ ଗସ୍ତପାଇଁ ପୂର୍ବରୁ ବିସିସିଆଇ ଦଳ ଘୋଷଣା କରିଥିବା ବେଳେ ଏବେ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି । ଦଳରେ ବହୁ ଅଭିଜ୍ଞ ଏବଂ ଯୁବ ଖେଳାଳି ସ୍ଥାନ ପାଇଥିବା ଦେଖିବାକୁ ମିଳିଛି ।
ନ୍ୟୁଜିଲାଣ୍ଡ ଟିମ୍
କେନ୍ ୱିଲିୟମ୍ସନ୍ (ଅଧିନାୟକ), ଟ୍ରେଣ୍ଟ୍ ବୋଲ୍ଟ, ଡଗ୍ ବ୍ରେସ୍ୱେଲ୍, କଲିନ୍ ଡି ଗ୍ରାଣ୍ଡ୍ହୋମେ, ଲୁକି ଫର୍ଗୁସନ୍, ମାର୍ଟିନ୍ ଗପ୍ଟିଲ, ମ୍ୟାଟ୍ ହେନ୍ରି, ଟମ୍ ଲାଥାମ୍ (ୱିକେଟ୍ରକ୍ଷକ), କଲିନ୍ ମୁନ୍ରୋ, ହେନ୍ରି ନିକୋଲ୍ସ, ମିଚେଲ ସାଣ୍ଟ୍ନର୍, ଈଶ୍ ସୋଢି, ଟିମ୍ ସାଉଦି ଓ ରସ୍ ଟେଲର।