ଭୁବନେଶ୍ୱର ( ଏଟିଆର ବ୍ୟୁରୋ) ; ଆରମ୍ଭ ହୋଇଯାଇଛି ରଣଜି ସିଜିନ । ଆସନ୍ତା କାଲି ସ୍ଥାନୀୟ କିଟ ଷ୍ଟାଡିୟମରେ ଘରୋଇ ଓଡିଶାକୁ ଭେଟିବ ଭ୍ରମଣକାରୀ ହରିୟାଣା । ତେବେ ଦୁଇ ଦଳରେ ବହୁ ପ୍ରତିଭାବାନ ପୁରୁଣା ଏବଂ ନୂଆ ଖେଳାଳି ଅଛନ୍ତି । ତେବେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚଟି ରୋମାଞ୍ଚକ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଓଡିଶା ଦଳ ବିପ୍ଳବ ସାମନ୍ତ ରାୟଙ୍କ ନେତୃତ୍ୟରେ ପଡିଆକୁ ଓହ୍ଲାଇବ । ତେବେ ଦଳରେ ବହୁ ପ୍ରତିଭାବାନ ଖେଳାଳି ମାନେ ରହିଛନ୍ତି । ଓଡିଶାର ନିର୍ଭର ଯୋଗ୍ୟ ବ୍ୟାଟ୍ସ ମ୍ୟାନ ଗୋବିନ୍ଦ ପୋଦ୍ଦାର ଏବେ ଭଲ ଫର୍ମରେ ଅଛନ୍ତି । ଏବଂ ଓଡିଶାର ବୋଲିଂ ଭାର ସମ୍ଭାଳିବା ପାଇଁ ଦଳରେ ସ୍ଥାନ ପାଇଛନ୍ତି ଯୁବ ଖେଳାଳି ପପୁ ରାୟ । ନିକଟରେ ଖେଳାଯାଇଥିବା ଦେଓଧର ଟ୍ରଫିରେ ପପୁ ଭଲ ଖେଳ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଏଣୁ କଡା ଟକ୍କର ଦେବା ପାଇଁ ପ୍ରସ୍ତୁତ ଅଛି ଓଡିଶା ।
ସେହିପରି ଓଡିଶାକୁ ସାମ୍ନା କରିବାକୁ ଆସିଥିବା ହରିୟାଣା ଦଳରେ ଅଛନ୍ତି ମୋହିତ ଶର୍ମା ଜୟନ୍ତ ଯାଦବ ଏବଂ ହର୍ସଲ ପଟେଲଙ୍କ ଭଳି ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଖେଳାଳି ମାନେ । ଦୁଇ ଦିନ ଧରି କିଟ ଗ୍ରାଉଣ୍ଡରେ ଅଭ୍ୟାସ ଜାରୀ ରଖିଛନ୍ତି ଖେଳାଳି ମାନେ । ଦୁଇ ଦଳର ଖେଳାଳି ମାନେ ଭଲ ଫର୍ମରେ ଥିବା ବେଳେ ଏବେ ନଜର ରହିଛି କାଲିର ମ୍ୟାଚ ଉପରେ ।