ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଉ ମାତ୍ର କେଇଟା ଦିନ ପରେ ଆରମ୍ଭ ହେବ ଟୋକିଓ ଅଲିମ୍ପିକ । କିନ୍ତୁ ଖେଳ ଆରମ୍ଭ ହେବା ପୂର୍ବରୁ ଅଲମ୍ପିକକୁ ଘାରିଛି କରୋନା ସଙ୍କଟ । ଅଲିମ୍ପିକ ଭିଲେଜ ରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଲିମ୍ପିକ ଭିଲେଜରେ ଏହା କରୋନାର ତୃତୀୟ ମାମଲା । ଏହାପୂର୍ବରୁ ଜଣେ ସଂକ୍ରମିତ ହୋଇଥିଲେ । ସଂକ୍ରମିତ ଖେଳାଳୀଙ୍କୁ ୧୪ ଦିନ ପାଇଁ ସଙ୍ଗରୋଧରେ ରଖଯାଇଛି ।
ଜୁଲାଇ ୨୩ ରେ ଆରମ୍ଭ ହେବ ଟୋକିଓ ଅଲିମ୍ପିକ । ଏହାର ସପ୍ତାହ ପୂର୍ବରୁ ଖେଳ ଭିଲେଜ ଖୋଲା ଯାଇଛି । ଏହି ଭିଲେଜରେ ଅଲିମ୍ପିକ ସମୟରେ ୧୧ ହଜାର ଖେଳାଳୀ ଏବଂ ଅନ୍ୟ ଷ୍ଟାଫମାନେ ରହିବେ ।