ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅଲିମ୍ପିକ୍ସରେ ଦମଦାର୍ ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମ୍ ର ୪ ଜଣ ଖେଳାଳୀ ଓଡିଶା ଫେରିଛନ୍ତି । ସେହି ୪ ଖେଳାଳୀ ହେଉଛନ୍ତି ପୁରୁଷ ଟିମ୍ ର ଅମିତ୍ ରୋହିତ ଦାସ, ବିରେନ୍ଦ୍ର ଲାକ୍ରା । ସେହିପରି ମହିଳା ଟିମ୍ ର ଦୀପ୍ ଗ୍ରେସ ଏକ୍କା ଏବଂ ନମିତା ଟପ୍ପୋ । ଗତକାଲି ଏହି ଖେଳାଳୀ ଭୁବନେଶ୍ୱରରେ ପହଁଚିଛନ୍ତି । ଆଜି କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ଉକ୍ତ ୪ ଖେଳାଳୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବ ।
ଗତକାଲି ରାତି ୮ ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଥିଲେ ୪ ହକି ତାରକା । ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ବିମାନବନ୍ଦରରେ ପ୍ରଶଂସକଙ୍କ ଭିଡ ଜମିବା ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଓ ଅଭିଜିତ ପଲ ବିମାନ ବନ୍ଦରରେ ଉପସ୍ଥିତ ଥିଲେ।