ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଶେଷରେ ଭାରତ ଆସିବ ପାକିସ୍ତାନ ହକି ଟିମ । ଅର୍ଥ ଅଭାବରୁ ଭାରତରେ ହେବାକୁ ଥିବା ବିଶ୍ୱକପ ହକି ପ୍ରତିଯୋଗିତାରେ ଭାଗନେବା ନେଇ ଦୋଛକିରେ ଥିଲା ପାକିସ୍ତାନ । ତେବେ ପାକିସ୍ତାନ ହକି ଫେଡେରେସନ ପାଖରେ ଲାଗିଥିବା ଆର୍ଥିକ ସଂକଟ ଏବେ ଟଳି ଯାଇଛି । ପାକିସ୍ତାନ ଭାରତରେ ହେବାକୁଥିବା ବିଶ୍ୱକପରେ ଭାଗ ନେବା ପାଇଁ ଦେଖାଦେଇଥିବା ଅନିଶ୍ଚିତତା ଏବେ ଦୂର ହୋଇଛି ।
ସୂଚନାଯୋଗ୍ୟ , ପାକିସ୍ତାନ ହକି ଫେଡେରେସନ ପାଖରେ ଟିମର ଖର୍ଚ୍ଚ ନିମନ୍ତେ କେହି ପ୍ରଯୋଜକ ମିଳୁନଥିଲେ । ତେବେ ପାକିସ୍ତାନର ପେଶାବର ଜାଲମି ଓ ହାୟର ଇଲେକ୍ଟ୍ରୋନିକ୍ସ ଆସନ୍ତା ୨୦୨୦ ମସିହା ପର୍ଯ୍ୟନ୍ତ ପ୍ରଯୋଜକ ନିମନ୍ତେ ରାଜି ହୋଇଛନ୍ତି । ଯେଉଁ କାରଣରୁ ପାକିସ୍ତାନ ହକି ଫେଡେରସନ ପାଖରେ ଲାଗିରହିଥିବା ଆର୍ଥିକ ସଂକଟ ଦୂରେଇଯାଇଛି ।
ତେବେ ଆସନ୍ତା ୨୮ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଓଡିଶା ଆସିବା ନେଇ ପାକିସ୍ତାନ ହକି ଟିମର ପଥ ପରିସ୍କାର ହୋଇଛି । ଏହାସହ ଭିସା ପାଇଁ ଯଥା ସମୟରେ ପାକିସ୍ତାନ ହକି ଫେଡେରେସନ ଭାରତୀୟ ଦୂତାବାସରେ ଆବେଦନ ମଧ୍ୟ କରିଛି ।
ସେପଟେ ପାକିସ୍ତାନ ହକି ଟିମ ଭୁବନେଶ୍ୱର ଆସିବାକୁ ନେଇ ରାଜ୍ୟର କିଛି ସଂଘ ବିରୋଧ କରିଛନ୍ତି । ସୀମାରେ ପାକିସ୍ତାନ ପଟୁ ଲଗାଦାର ଆକ୍ରମଣ ଓ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ପ୍ରୋତ୍ସାହନ ପାଇଁ ପାକିସ୍ତାନକୁ ବିରୋଧ କରିଆସୁଛନ୍ତି ଅନେକ ଗୋଷ୍ଠୀ । ଏହାସହ ପାକିସ୍ତାନ ହକି ଟିମର ବିଶୃଙ୍ଖଳିତ ଆଚରଣ ପାଇଁ ଟିମ ଉପରେ ଅସନ୍ତୁଷ୍ଠ ରହିଛନ୍ତି ଦର୍ଶକ ।
ସୂଚନାଯୋଗ୍ୟ , ୨୦୧୪ ରେ ଭୁବନେଶ୍ୱରରେ ଖେଳାଯାଇଥିବା ଚମ୍ପିୟନ୍ସ ଟ୍ରଫି ମ୍ୟାଚରେ ଭାରତକୁ ହରାଇବା ପରେ ପାକିସ୍ତାନର ଖେଳାଳି ମାନେ ବିଶୃଙ୍ଖଳିତ ଆଚରଣ କରିଥିଲେ । ଏମିତିକି ନିଜେ ପିନ୍ଧିଥିବା ଜର୍ସିକୁ ଦେହରୁ କାଢି ପଢିଆରେ ବୁଲିଥିବାର ଦେଖାଦେଇଥିଲେ ପାକିସ୍ତାନ ଖେଳାଳି । ଖାଲି ସେତିକି ନୁହେଁ , ଉପସ୍ଥିତ ଦର୍ଶକଙ୍କୁ ମଧ୍ୟ ଅଶ୍ଳିଳ ଇଙ୍ଗିତ କରିଥିଲେ ପାକିସ୍ତାନର ଖେଳାଳି । ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ପୁଣିଥରେ ପାକିସ୍ତାନ ଟିମ ଭୁବନେଶ୍ୱର ଆସୁଥିବା ବେଳେ ଏହାକୁ ନେଇ ପୁଣି ଏକ ବିବାଦ ଉପୁଜିବା ନେଇ ଅନୁମାନ କରାଯାଇଛି ।
Haier Pakistan signs an MOU with PHF in which Haier will be the main title sponsor for the Hockey Team till 2020. Together with PHF, we will bring Hockey back to its long-vanished grandeur and will contribute to the further development of the game. ??? #HaierSavesHockey pic.twitter.com/aGrLqbYSWC
— Javed Afridi 阿夫里迪 (@JAfridi10) November 10, 2018