ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳ ଚାଲୁ ରହିଛି । ତେବେ ପ୍ରଥମରୁ ଆଣ୍ଠେଇଲାଣି ପାକିସ୍ତାନ । ମାତ୍ର ୭୯ ରନରେ ପାକିସ୍ତାନ 7 ଟି ୱିକେଟ ହରାଇ ସାରିଛି । ୱେଷ୍ଟ ଇଣ୍ଡିଜ ପ୍ରଥମ ମ୍ୟାଚରୁ ଆକ୍ରମଣତ୍ମକ ଖେଳ ପ୍ରଦର୍ଶନ କରି ଚାଲିଛି । ତୀକ୍ଷ୍ଣ ବୋଲିଂ ସାଙ୍ଗକୁ ଲଢ଼ୁଆ ଫିଲ୍ଡିଂ ଦଳର ସ୍ଥିତିକୁ ମଜବୁତ ରଖିଛି ।
ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା ଇଣ୍ଡିଜ । ପାକିସ୍ତାନ ବ୍ୟାଟ୍ସମ୍ୟାନମାନେ ଇଣ୍ଡିଜ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି । ଏବେ ଦଳ ପାଇଁ ମହମ୍ମଦ ହାପିଜ ଏବଂୱାସିମ୍ ପଡିଆରେ ମହଜୁଦ ଅଛନ୍ତି । ଇଣ୍ଡିଜ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି । ସେ ୩ ଓଭର ବୋଲିଂ କରି ୪ ରନ ବିନିମୟ କରି ୨ଟି ୱିକେଟ ଅକ୍ତିଆର କରିଛନ୍ତି । ଏହି ୩ ଓଭର ମଧ୍ୟରୁ ଗୋଟିଏ ଓଭର ମେଡେନ ମଧ୍ୟ ରହିଛି ।ହୋଲଡର ଏବଂ ଥୋମାସ ମଧ୍ୟ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି ।
ପ୍ରଥମ ମ୍ୟାଚ ବିଜୟ ହେବା ପାଇଁ ଦୁଇ ଦଳ ବ୍ୟଗ୍ର ଅଛନ୍ତି । ତେବେ ୱେଷ୍ଟ ଇଣ୍ଡିଜ ଦଳରେ ଅଧିକାଂଶ ଅଲରାଉଣ୍ଡର ଥିବାରୁ ଦଳର ପଲ୍ଲା ଭାରି ରହିବ । ଅପରପକ୍ଷରେ ପାକିସ୍ତାନର ବୋଲିଂ ମଧ୍ୟ ଦୃଢ଼ ରହିଛି । ପାକିସ୍ତାନର ପ୍ରାରମ୍ଭିକ ଯୋଡି ଭାଙ୍ଗିବା ପରେ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଛି ଦଳ । ଏବେ ହାଫିଜଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିବ ଦଳ ।