ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ଦିନର ଅପେକ୍ଷା ପରେ ଭାରତୀୟ ଟିମ୍ ସହିତ ଖେଳିବାକୁ ପ୍ରସ୍ତୁତ ହାର୍ଦ୍ଦିକ ପାଣ୍ଡ୍ୟା । ଭାରତ ଏବଂ ଦକ୍ଷୀଣ ଆଫ୍ରିକା ମଧ୍ୟରେ ମାର୍ଚ୍ଚ ୧୨ ରେ ହେବାକୁ ଥିବା ୱାନଡେ ସିରିଜ୍ ରେ ଖେଳିବେ ପାଣ୍ଡ୍ୟା ।
ଟି-୨୦ ଟୁର୍ଣ୍ଣାମେଣ୍ଟ ପାଣ୍ଡ୍ୟାଙ୍କ ପାଇଁ ସଠିକ୍ ଟ୍ରେନିଙ୍ଗର କାମ କରିଛି । ପାଣ୍ଡ୍ୟାଙ୍କ ପିଠିରେ ଆଘାତ ଲାଗିଥିବା ଯୋଗୁଁ ଲଣ୍ଡନରେ ତାଙ୍କର ସର୍ଜରୀ ହୋଇଥିଲା ।
ମିଡିଆ ରିପୋର୍ଟ ମୁତାବକ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି, ଏବେ ସେ ଭାରତୀୟ ଟିମ୍ କୁ ଫେରିବା ପାଇଁ ପ୍ରସ୍ତୁତ । ସେ ପ୍ରଥମେ ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ (ଏନସିଏ) ରେ ଅଭ୍ୟାସ କରିଥିଲେ ଏବଂ ପରେ ଟି-୨୦ ଟୁର୍ଣ୍ଣାମେଣ୍ଟ ଖେଳି ଟିମ୍ କୁ ପୁର୍ନବାର ଫେରିବା ପାଇଁ ପ୍ରସ୍ତୁତ ହାର୍ଦ୍ଦିକ ।