ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ସାରା ବିଶ୍ୱରେ ଚାଲିଛି କ୍ରିକେଟ ମାନିଆ । ତେବେ ଦିନକୁ ଦିନ ଭାରତରେ ବଢ଼ିବାରେ ଲାଗିଛି କ୍ରିକେଟ ପ୍ରେମୀଙ୍କ ସଂଖ୍ୟା । କ୍ରିକେଟର ପ୍ରତିଟି ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମନରେ ଉକ୍ରଣ୍ଠା ଲାଗି ରହିଥାଏ । ଏଣୁ କ୍ରିକେଟ ପ୍ରେମରେ ଭାରତୀୟ ଦର୍ଶକ । ତେବେ ଜାନୁଆରୀ ୭ ତାରିଖଟି ସମସ୍ତ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ସବୁଦିନ ପାଇଁ ଚିରସ୍ମରଣୀୟ । ଆଜିର ଦିନରେ ଭାରତ ପାରମ୍ପରିକ ପ୍ରତିଦ୍ୱନ୍ଦି ପାକିସ୍ତାନ ହରାଇବା ସହ କୁମ୍ବଲେ ଏକ ନିଆରା ରେକର୍ଡ କରିଥିଲେ । ବିଶ୍ୱର ଦ୍ୱିତୀୟ ଖେଳାଳି ଭାବରେ ସେ ଗୋଟିଏ ଇନିଂସରେ ୧୦ଟି ୱିକେଟ ନେବାରେ ସକ୍ଷମ ହୋଇଥିଲେ । ଯାହାକି ବର୍ତ୍ତମାନ ସୁଦ୍ଧା ଅନ୍ୟ କୌଣସି ଖେଳାଳି କରି ପାରି ନାହାଁନ୍ତି । ଏଣୁ ଆଜିର ଦିନଟି କୁମ୍ବଲେଙ୍କ ପାଇଁ ଯେତିକି ମତତ୍ୱପୂର୍ଣ୍ଣ ସମସ୍ତ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ମଧ୍ୟ ସେତିକି ସ୍ମରଣୀୟ ।
ସୂଚନା ଯୋଗ୍ୟ ଆଜକୁ ୨୦ ବର୍ଷତଳେ ଅଥବା ୧୯୯୯ ମସିହା ଫେବୃଆରୀ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଭାରତ ପାକିସ୍ଥାନ ବିପକ୍ଷରେ ଦିଲ୍ଲୀର ଫିରୋଜ ଶାହା କୋଟଲାରେ ଟେଷ୍ଟ ମ୍ୟାଚ ଖେଳା ଯାଇଥିଲା । ତେବେ ଭାରତ ପାରମ୍ପାରିକ ପ୍ରତିଦ୍ୱନ୍ଦି ପାକିସ୍ଥାନକୁ ୪୨୦ ରନର ବିଜୟ ଲକ୍ଷ ଦେଇଥିଲା । ଯଦିଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭଲ ଖେଳିଥିଲେ ମାତ୍ର କୁମ୍ବଲେଙ୍କ ଚମକ୍ରାର ସ୍ପିନ ଆଗରେ ମୁଣ୍ଡ ନୁଆଁଇଥିଲା ପାକିସ୍ଥାନ । କୁମ୍ବଲେ ଏକାକି ୧୦ଟି ଯାକ ୱିକେଟ ନେଇ ବିଶ୍ୱ ରେକର୍ଡ କରିଥିଲେ । ସେ ୨୬.୩ ଓଭର ବୋଲିଂ କରି ୯ ଓଭର ମେଡେନ ନେବା ସହ ୭୪ ରନ ବ୍ୟୟ କରି ୧୦ଟି ୱିକେଟ ଅକ୍ତିଆର କରିଥିଲେ । ଏହି ଅଲୋଡା ରେକର୍ଡକୁ ଆଜି ପର୍ଯ୍ୟନ୍ତ ଅନ୍ୟ କୌଣସି ଖେଳାଳି କରି ପାରି ନାହାଁନ୍ତି । ତେବେ ପୂର୍ବରୁ ୧୦ଟି ୱିକେଟ ନେବାରେ ଇଂଲଣ୍ଡର ଅଫ ସ୍ପିନର ଜିମ ଲେକର ନାମରେ ରହିଥିଲା । ସେ ୧୯୫୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ରେକର୍ଡ ସ୍ଥାପନ କରିଥିଲେ ।
କୁମ୍ବଲେଙ୍କ ଏହି ରେକର୍ଡକୁ ବେଶ ପ୍ରଂଶସା କରାଯାଇଥିଲା । ଏପର୍ଯ୍ୟନ୍ତ ତାଙ୍କର ଅଲୋଡା ରେକର୍ଡକୁ ମନେ ରଖିଛନ୍ତି କ୍ରିକେଟ ପ୍ରେମୀ । କୁମ୍ବଲେଙ୍କ ସମୟରେ ସେ ଜଣେ ଉଚ୍ଚକୋଟିର ଖେଳାଳିଥିଲେ । ଏବଂ ଭାରତକୁ ବହୁ ମ୍ୟାଚ ଏକାକି ମଧ୍ୟ ବିଜୟ କରାଇଛନ୍ତି । ତେବେ ସେ ଭାରତୀୟ ଦଳକୁ ମଧ୍ୟ ଅଧିନାୟକତ୍ୱ କରିଛନ୍ତି । କୁମ୍ବଲେ କ୍ରିକେଟର ୩ଟି ଯାକ ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି ।