ନୟାଗଡା (ଏଟିଆର ବ୍ୟୁରୋ); ରଜକୁ ନିଆରା ଉପାୟରେ ପାଳନ କରୁଛନ୍ତି ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକର ସିକ୍ରିଡା ଗ୍ରାମବାସୀ । ଦୋଳି,ପାନ ଏବଂ ପୋଡ ପିଠା ଖାଇବା ସହିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛନ୍ତି ଗାଁର ଯୁବକମାନେ । ୮ଟି ଦଳକୁ ନେଇ ଆରମ୍ଭ କରିଛନ୍ତି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ତିନି ଦିନ ରଜରେ କ୍ରିକେଟ ଖେଳ କରି ମଉଜ କରୁଛନ୍ତି ସ୍ଥାନୀୟ ଲୋକ ।
ପ୍ରଥମ ଦିନରେ ଦୁଇଟି ମ୍ୟାଚ ଖେଳା ଯାଇଛି । ବଛା ବଛା ଦଳକୁ ନେଇ ଆୟୋଜିତ ହୋଇଛି ଏହି ଟୁର୍ଣ୍ଣାମେଣ୍ଟ । ପ୍ରଥମ ଦିନର ପ୍ରଥମ ମ୍ୟାଚରେ ଢ଼ୋଲମରା ଏବଂ କୁମ୍ଭାରପଡା ମଧ୍ୟରେ ଆୟୋଜିତ ହୋଇଥିଲା । କୁମ୍ଭାରପଡାକୁ ଚକମା ଦେଇ ଢ଼ୋଲମରା ବାଜି ମାରି ନେଇଛି । ଶେଷ ରଜରେ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ଖେଳାଯିବ । ଯେଉଁ ଦଳ ଲିଗରେ ବିଜୟୀ ହେବେ ଆସନ୍ତା କାଲି ସେମାନେ ଭେଟାଭେଟି ହେବେ ।
ରଜରେ ମେଘୁଆ ପାଗ ହେଉଥିବାରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବା ପାଇଁ ଲୋକଙ୍କ ଆସର ଜମିବାରେ ଲାଗିଛି । ପ୍ରଥମ ଦିନରେ ଖେଳକୁ ଉଦଘାଟନ କରିବା ପାଇଁ ମୁଖ୍ୟ ଅତିଥୀ ଭାବରେ ବିଜୟ ପରିଡା ଯୋଗ ଦେଇଥିଲେ । ଆସନ୍ତାକାଲି ଫାଇନାଲ ମ୍ୟାଚରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେବେ ବୋଲି ସୂଚନା ମିଳିଛି ।