ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଭାରତୀୟ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ଆଉ ଏକ ସମ୍ମାନରେ ସମ୍ମାନିତ କରାଯାଇଛି । ପ୍ରକୃତରେ ତେନ୍ଦୁଲକରଙ୍କୁ କ୍ରିକେଟର ହଲ ଅଫ୍ ଫେମ୍ ରେ ସାମିଲ କରାଯାଇଛି । ଏହାବ୍ୟତିତ ଦକ୍ଷୀଣ ଆଫ୍ରିକାର ପୂର୍ବ ବୋଲର୍ ଏଲନ ଡୋନାଲ୍ଡ,ଅଷ୍ଟ୍ରେଲିଆର ପୂର୍ବ ମହିଳା ବୋଲର କ୍ୟାଥରିନ୍ ସମେତ ତିନି ବ୍ୟକ୍ତିଙ୍କୁ ଲଣ୍ଡନରେ ଆୟୋଜିତ ହୋଇଥିବା ଆଇସିସି କ୍ରିକେଟ୍ ହଲ ଅଫ୍ ଫେମ୍ ରେ ସାମିଲ କରାଯାଇଛି । ସଚିନଙ୍କ ପୂର୍ବରୁ ଭାରତର ପୂର୍ବ କ୍ରିକେଟର ବିଶନ ସିଂହ ବେଦୀ,କପିଲ ଦେବ,ସୁନୀଲ ଗାଭାସ୍କର, ଅନିଲ କୁମ୍ବଲେଙ୍କୁ ବି ଏହି ସମ୍ମାନରେ ସାମିଲ କରାଯାଇଥିଲା ।
ଏହି ଅବସରରେ ଆଇସିସିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମନୁ ସାହାଣୀ କହିଛନ୍ତି କି, ଆଇସିସି କ୍ରିକେଟ ହଲ ଅଫ୍ ଫେମ୍ ୨୦୧୯ରେ ସଚିନ୍, କ୍ୟାଥରୀନ ଏବଂ ଏଲନଙ୍କ ନାଁ ଘୋଷଣା କରାଯାଇଛି । ଏହା ଆମ ପାଇଁ ବହୁତ ସମ୍ମାନର କଥା । ଆଇସିସି ପକ୍ଷରୁ ଏହି ତିନି ଖେଳାଳୀଙ୍କୁ ମୁଁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି ।
ଆଇସିସି କ୍ରିକେଟ ହଲ ଅଫ୍ ଫେମ୍ ଏଭଳି ଏକ ସୂଚୀ, ଯାହାର ଉଦ୍ଦେଶ୍ୟ କ୍ରେକେଟ ଇତିହାସର ଦିଗଜ୍ ଖେଳାଳୀଙ୍କ ଉବଲବ୍ଧତାକୁ ପରଖି ତାଙ୍କୁ ସମ୍ମାନିତ କରାଯାଇଥାଏ । ଫେଡେରେସନ ଅଫ୍ ଇଣ୍ଟନ୍ୟାସନାଲ କ୍ରିକେଟର୍ସ ଆସୋସିଏସନ୍ ର ସହଯୋଗରେ ଆଇସିସି ଏହି ସମ୍ମାନକୁ ଶୁଭାରମ୍ଭ କରିଛି । ପ୍ରଥମରୁ ଏଥିରେ ୫୫ ଖେଳାଳୀ ସାମିଲ ଥିଲେ । ଏହି ସମ୍ମାନରେ ପ୍ରତ୍ୟେକ ବର୍ଷ ନୂଆ ନୂଆ ସଦସ୍ୟଙ୍କୁ ସାମିଲ କରାଯାଏ ।