ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକର ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସମସ୍ତ ଡାକ୍ତର ଏବଂ ମେଡିକାଲ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ୍ ।
ସଚିନ୍ ଟ୍ୱିଟ କରି କହିଛନ୍ତି କି, ମୁଁ ହସ୍ପିଟାଲରୁ ଘରକୁ ପଳାଇ ଆସିଛି । ବର୍ତ୍ତମାନ ଆଇସୋଲେସନରେ ରହିବି । ଯେଉଁମାନେ ମୋ ସ୍ୱାସ୍ଥୃ ପାଇଁ କାମନା କରିଥିଲେ ସମସ୍ତଙ୍କ ପାଇଁ କୃତଜ୍ଞ । ଏହାବ୍ୟତିତ ମେଡିକାଲ ଷ୍ଟାଫ ଏବଂ ଡାକ୍ତରଙ୍କୁ ମଧ୍ୟ ଧନ୍ୟବାଦ । ଏଭଳି ପରିସ୍ଥିତିରେ ମୋର ଧ୍ୟାନ ରଖିଥିବାରୁ ।
ସୂଚନାଯୋଗ୍ୟ, କରୋନା ସଂକ୍ରମିତ ହେବା ପରେ ଗତ ସପ୍ତାହରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସଚିନ୍ ତେନ୍ଦୁଲକର ।