ସିଡନୀ (ଏଟିଆର ବ୍ୟୁରୋ); ୨୦୧୬ରେ ଆନ୍ତର୍ଜାତୀୟ କ୍ରିକଟେକୁ ସନ୍ୟାସ ନେଇଥିବା ଅଷ୍ଟ୍ରେଲିୟ ଅଲରାଉଣ୍ଡର ଆଜି ଘରୋଇ କ୍ରିକେଟ ଲିଗ ବିଗ୍ ବ୍ୟାଶ୍ ଲିଗ୍ ରୁ ମଧ୍ୟ ଅଲବିଦା କହିଛନ୍ତି । ଦୀର୍ଘ ୩ଟି ସିଜିନରେ ୱାଟସନ ସିଡନୀ ଥଣ୍ଡର୍ସର ଅଧିନାୟକ ଥିଲେ । ଦଳ ତାଙ୍କ ଅଧିନାୟକତ୍ୱରେ ମଧ୍ୟ ପ୍ରଦର୍ଶନ କରିଛି । ଏଣୁ ଅଲବିଦା କରିବା ସମୟେୀର ଦଳର ସମସ୍ତ ଖେଳାଳି ଏବଂ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି ୱାଟସନ ।
ୱାଟସନ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଥିଲେ ସୁଦ୍ଧା ବିଶେଷରେ ଖେଳାଯାଉଥିବା ଲିଗରେ ଭାଗ ନେଉଥିଲେ । ତେବେ ସେ ବିବିଏଲରୁ ପ୍ରଥମେ ଅଲବିଦା କହିଛନ୍ତି । ଏବେ ସେ ଭାରତରେ ଚାଲିଥିବା ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ ଆଇପିଏଲ ଖେଳୁଛନ୍ତି । ସେ ଚେନ୍ନାଇ ସୁପର କିଙ୍ଗ ଦଳରେ ଅଛନ୍ତି । ଧୋନୀଙ୍କ ଅଧିନରେ ରହିଥିବା ଦଳରେ ୱାଟସନ ମଧ୍ୟ ଜଣେ ଅଭିଜ୍ଞ ଖେଳାଳି । ପ୍ରଥମରୁ ଯଦିଓ ୱାଟସନ ଏତେ ଭଲ ପ୍ରଦର୍ଶନ କରିନଥିଲେ ତଥାପି ଶେଷ ମ୍ୟାଚରେ ହାଇଦ୍ରାବାଦ ବୋଲରଙ୍କୁ ମାରି ନୟାନ୍ତ କରିଦେଇଥିଲେ । ସେ ଏହି ମ୍ୟାଚରେ ୯୬ ରନ କରିଥିଲେ । ତାଙ୍କ ଲଢ଼ୁଆ ବ୍ୟାଟିଂ ପାଇଁ ଚେନ୍ନାଇ ବିଜୟର ସ୍ୱାଦ ଚାଖିଥିଲା ।
ଅଷ୍ଟ୍ରେଲିଆ କ୍ରିକେଟ ଜଗତରେ ୱାଟସନ ଜଣେ ଉଦୀୟମାନ ଖେଳାଳି । ସେ ଦଳକୁ ଏକାକି ବହୁତ ବିଜୟ ମଧ୍ୟ ଦେଇଛନ୍ତି । ୩୭ ବର୍ଷ ହୋଇଥିଲେ ମଧ୍ୟ ଯୁବ ଖେଳାଳି ତାଙ୍କ ଆଗରେ ଫିକା ପଡିଯିବେ । କାରଣ ଏବେ ମଧ୍ୟ ସେ ବଡ ବଡ ସଟ ମାରୁଛନ୍ତି । ବ୍ୟାଟିଂ ସହିତ ବୋଲିଂରେ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ୱାଟସନ । ତେବେ ବିବିଏଲରୁ ଅଲବିଦା କରିବା ପରେ ସିଡନୀ ଥଣ୍ଡର୍ସକୁ ଝଟକା ଲାଗିଛି ।