ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅକ୍ଟୋବର ୨୩ ରେ ବିସିସିଆଇ ର ହେବାକୁ ଥିବା ବାର୍ଷିକ ବୈଠକରେ ସୌରଭ ଗାଙ୍ଗୁଲି ନୂତନ ଅଧ୍ୟକ୍ଷ ଭାବେ ଘୋଷଣା କରାଯିବ । ବିସିସିଆଇ ର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ଗାଙ୍ଗୁଲି । ତାଙ୍କ ବ୍ୟତିତ ଏହି ପଦ ପାଇଁ ଅନ୍ୟ କୌଣସି ବ୍ୟକ୍ତି ନାମାଙ୍କନ କରି ନାହାନ୍ତି । ଇତି ମଧ୍ୟରେ ଗାଙ୍ଗୁଲି ହିଁ ବିସିସିଆଇ ର ଅଧ୍ୟକ୍ଷ ହେବେ ବୋଲି କୁହାଯାଉଛି । ସେପଟେ ଗାଙ୍ଗୁଲି ଅଧ୍ୟକ୍ଷ ହେବାର ପରବର୍ତ୍ତି ଦିନ ଭାରତୀୟ ଟିମ୍ ର ଚୟନକର୍ତ୍ତାଙ୍କ ସହ ସାକ୍ଷାତ କରିବେ ଏବଂ ଧୋନୀଙ୍କ ବିଷୟରେ ଆଲୋଚନା କରିବେ ବୋଲି କୁହାଯାଉଛି ।
ଏନେଇ ଗଣମାଧ୍ୟମକୁ ସାକ୍ଷତକରି ଗାଙ୍ଗୁଲି କହିଛନ୍ତି , ୨୪ ତାରିଖରେ ଯେତେବେଳେ ମୁଁ ଚୟନକର୍ତ୍ତାଙ୍କ ସହ ସାକ୍ଷାତ କରିବି ଏହି ବିଷୟରେ ଆଲୋଚନା କରିବି । ପ୍ରକୃତରେ ଚୟନକର୍ତ୍ତା କଣ ଚାହୁଁଛନ୍ତି ମୁଁ ଜାଣିବାକୁ ଚାହୁଁଛି । ଏହାପରେ ଯାଇ ମୁଁ ମୋ ବୟାନ ଦେବି ।
ଯେତେବେଳେ ଗାଙ୍ଗୁଲିଙ୍କୁ ଧୋନୀଙ୍କ ସନ୍ୟାସକୁ ନେଇ ପ୍ରଶ୍ନ କରାଗଲା ସେ କହିଛନ୍ତି କି, ଧୋନୀଙ୍କୁ ପଚାରିକି ହିଁ ନିଷ୍ପତି ନେବି । ଆମକୁ ଦେଖିବାକୁ ପଡିବ ପ୍ରକୃତରେ ଧୋନୀ କଣ ଚାହୁଁଛନ୍ତି । ସେ କଣ ଚାହୁଁଛନ୍ତି ଏବଂ କଣ ନାହିଁ ସେ ବିଷୟରେ ମୁଁ ତାଙ୍କ ସହ ଆଲୋଚନା କରିବି ।
କ୍ରିକେଟ ବିଶ୍ୱକପ୍ ର ୧୨ ସଂସ୍କରଣ ପରେ ଟିମ୍ ଇଣ୍ଡିଆରୁ ଧୋନୀ ଦୂରେଇ ରହିଛନ୍ତି । ସେବେଠାରୁ ଧୋନୀଙ୍କୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି ।