ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଭାରତ ସେଠାରେ ଅଗଷ୍ଟ ୩ ତାରିଖରୁ ମ୍ୟାଚ ଖେଳିବ । ଭାରତ ୩ଟି ଦିନିକିଆ,୩ଟି ଟି-୨୦ ଏବଂ ଦୁଇଟି ଟେଷ୍ଟ ଖେଳିବ ବୋଲି ଚୂଡାନ୍ତ ହୋଇଛି । ଆଜି ଏହି ତିନୋଟି ଯାକ ଫର୍ମାଟରେ ଖେଳାଳି ଚୟନ ପାଇଁ ବିସିସିଆଇର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ଚୟନକର୍ତ୍ତାଙ୍କ ସହିତ କୋହଲି ମଧ୍ୟ ଉପସ୍ଥିତ ଥିଲେ । ତେବେ ନଜର ପକାନ୍ତୁ ତିନୋଟି ଫର୍ମାାଟରେ କାହାକୁ କାହାକୁ ମିଳିଛି ସ୍ଥାନ ।
ଭାରତୀୟ ଦିନିକିଆ ଦଳ : ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ଥ(ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, କେଦାର ଯାଦବ, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ନଭଦୀପ ସାଇନି ।
ଭାରତୀୟ ଟେଷ୍ଟ ଦଳ : ବିରାଟ କୋହଲି(ଅଧିନାୟକ), ଆଜିଙ୍କ୍ୟ ରାହାଣେ(ଉପଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ହନୁମା ବିହାରି, ଋଷଭ ପନ୍ଥ(ୱିକେଟରକ୍ଷକ), ଋଦ୍ଧିମାନ ଶାହା(ୱିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଜସପ୍ରିତ ବୁମରା, ଉମେଶ ଯାଦବ ।
ଭାରତୀୟ ଟି-ଟ୍ୱେଣ୍ଟି ଦଳ : ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନିଷ ପାଣ୍ଡେ, ଋଷଭ ପନ୍ଥ(ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, କୃର୍ଣ୍ଣାଲ ପାଣ୍ଡ୍ୟା, ୱାଂଶିଟନ୍ ସୁନ୍ଦର, ରାହୁଲ ଚହର, ଦୀପକ ଚହର, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ନଭଦୀପ ସାଇନି ।