ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଓଡିଶାବାସୀଙ୍କୁ ଧରିଛି ହକି ଫେଭର । ହକି ପାଇଁ ପୁରା ପ୍ରସ୍ତୁତ ଭୁବନେଶ୍ୱର । ଆଗକୁ ଆସୁଛି ହକି ବିଶ୍ୱକପ । ହକିର ଗଡ ରୂପେ ଜଣାଶୁଣା ଓଡିଶାରେ ହେବାକୁ ଯାଉଥିବା ବିଶ୍ୱକପ ହକି ଟୁଣ୍ଣାମେଣ୍ଟ ପାଇଁ ଆରମ୍ଭ ହୋଇସାରିଛି ଟିକେଟ ବିକ୍ରି । ହକି ଖେଳ ଦେଖିବାପାଇଁ ଲୋକଙ୍କ ମନରେ ଦେଖାଦେଇଛି ଅହେତୁକ ଉତ୍ସାହ ।
ଆଜି କଳିଙ୍ଗ ଷ୍ଟାଡିୟମର ୯ ନମ୍ବର ଟିକେଟ କାଉଣ୍ଟରରେ ଟିକେଟ କିଣିବାଲାଗି ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଦିନ ୧୦ ଟାରୁ ସନ୍ଧ୍ୟା ୫ ଟା ବେଳ ପର୍ଯ୍ୟନ୍ତ ଟିକେଟ ବିକ୍ରିର ସମୟ ଧାର୍ଯ୍ୟ କରା୍ାଇଥିବା ବେଳେ ସକାଳୁ ଧାଡିରେ ଛିଡା ହୋଇଛନ୍ତି ଲୋକେ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମକୁ ବାଦ ଦେଲେ ଭୁବନେଶ୍ୱରର ଆହୁରୀ ୧୮ ଟି ସ୍ଥାନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି ।
ସେହିଭଳି କଟକର ଦୁଇଟି ସ୍ଥାନରେ ବି ଟିକେଟ ବିକ୍ରି ହେଉଛି । ସେପଟେ ମ୍ୟାଚ ଅନୁଯାୟୀ ଟିକେଟର ମୁଲ୍ୟ ବି ଧାର୍ଯ୍ୟ କରାଯାଇଛି । ବିଶ୍ୱକପର ଲିଗ ମ୍ୟାଚ ନିମନ୍ତେ ସାଧାରଣ ଲୋକଙ୍କ ପାଇଁ ଟିକେଟର ମୁଲ୍ୟ ୧୦୦ ରୁ ୨୦୦ ଟଙ୍କା ମଧ୍ୟରେ ରହିଥିବା ବେଳେ ନକଆଉଟ , ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ୧୫୦ ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ମୁଲ୍ୟ ଧାର୍ଯ୍ୟ କରାଯାଇଛି ।
ସେହିପରି ହକି ମ୍ୟାଚ ଦେଖିବା ଲାଗି ଲୋକେ ସକାଳୁ ଟିକେଟ କାଉଣ୍ଟର ଆଗରେ ଧାଡି ଲଗାଇ ଛିଡା ହୋଇଥିବାର ଦେଖାଯାଇଛି । ବିଶ୍ୱକପ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ତା ମଧ୍ୟ କଡାକଡି କରାଯାଇଛି ।