ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); କ୍ରିକେଟ ମହାକୁମ୍ଭ ବିଶ୍ୱକପକୁ ନେଇ ପୂର୍ବତନ ଖେଳାଳି ହୁଅନ୍ତୁ ବା ସାଧାରଣ କ୍ରିକେଟ ପ୍ରେମୀ ସମସ୍ତେ ନିଜ ନିଜର ମତ ଦେଇଛନ୍ତି । କିଏ ଭାରତୀୟ ଦଳରେ କେଉଁ ଖେଳାଳି ସ୍ଥାନ ପାଇବ ତାକୁ ନେଇ ମତ ଦେଇଥିବା ବେଳେ ଆଉ କିଏ କେଉଁ ଦଳ ବିଶ୍ୱକପ ହାତେଇବ ତାକୁ ନେଇ ମତ ଦେଉଛନ୍ତି । ତେବେ ଏଥିରୁ ବାଦ ପଡିନାହାଁନ୍ତି ଭାରତୀୟ ଦଳର ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର । ବିଶ୍ୱକପକୁ ନେଇ ପୂର୍ବାନୁଭାସ ଦେଇଛନ୍ତି ସେ । ସେ କହିଛନ୍ତି ଆସନ୍ତା ବିଶ୍ୱକପର ପ୍ରକୃତ ହକଦାର ହେଉଛି ଇଂଲଣ୍ଡ । ତେବେ ତାଙ୍କୁ ଭାରତ ବିଷୟରେ ପଶ୍ନ କରିବାରୁ ସେ କହିଛନ୍ତି କି ଭାରତ ହେଉଛି ଦ୍ୱିତୀୟ ଦାବିଦାର ।
ଚଳିତ ବିଶ୍ୱକପ ଇଂଲଣ୍ଡରେ ହେବାକୁ ଯାଉଛି । ଘରୋଇ ମାଟିରେ ବିଶ୍ୱକପ ହେଉଥିବାରୁ ବିଶ୍ୱକପ ହାତେଇବା ପାଇଁ ପ୍ରକୃତ ହକଦାର । ଘରୋଇ ମାଟିରେ ସବୁବେଳେ ଭଲ ପ୍ରଦର୍ଶନ କରି ଆସୁଛି ଦଳ । ଦଳଗତ ଭାବେ ସେମାନଙ୍କ ଶକ୍ତି ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ସେମାନଙ୍କ ପାଖରେ ଭଲ ପ୍ରାରମ୍ଭିକ ଯୋଡ଼ି ରହିଛି। ମଧ୍ୟକ୍ରମ ମଧ୍ୟ କିଛି କମ୍ ନୁହେଁ। ତା’ ଛଡ଼ା ଇଂଲଣ୍ଡ ଦଳରେ କିଛି ଭଲ ଅଲ୍ରାଉଣ୍ଡର ମଧ୍ୟ ଅଛନ୍ତି। ଘରୋଇ ପରିବେଶରେ ସେମାନେ ଯେ କୌଣସି ପ୍ରତିପକ୍ଷ ପାଇଁ ନିଶ୍ଚିତ ଭାବେ ଘାତକ ସାବ୍ୟସ୍ତ ହେବେ। ଅବଶ୍ୟ ବିଶ୍ବକପ୍ ଦାବିଦାରି ତାଲିକାରେ ଇଂଲଣ୍ଡ ପଛକୁ ଭାରତ ରହିବ।
ଇଂଲଣ୍ଡ ବିଶ୍ୱକପ ଜିତିବାର ପ୍ରଥମ ଦାବିଦାର ହୋଇଥିବା ବେଳେ ଭାରତ ହେଉଛି ଦ୍ୱିତୀୟ ଦଳ ଭାବରେ ରହିବ । ଭାରତୀୟ ଖେଳାଳିମାନେ ମଧ୍ୟ ଭଲ ଫର୍ମରେ ଅଛନ୍ତି । ଏବଂ ସେମାନେ ନିକଟରେ ବିଦେଶ ମାଟିରେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଛି । ଇଂଲଣ୍ଡରେ ଭାରତ ଲଗାତାର ଦୁଇ ବର୍ଷ (୨୦୧୭ ଏବଂ ୨୦୧୮) କ୍ରିକେଟ୍ ଖେଳିଛି। ଏଣୁ ବିଶ୍ବକପ୍ ଦଳରେ ସ୍ଥାନ ପାଇବାକୁ ଥିବା ଖେଳାଳିଙ୍କର ଇଂଲଣ୍ଡ ପରିବେଶରେ ଖେଳିବାର ଭଲ ଅଭିଜ୍ଞତା ରହିଛି। ମୁଁ ଭାବୁଛି, ଇଂଲଣ୍ଡ ଏକ ନମ୍ବର ଦାବିଦାର ହେଲେ ଭାରତ ଦୁଇ ନମ୍ବରରେ ରହିବ।