ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦିନକୁ ଦିନ ସୋସିଆଲ ମିଡିଆରେ ଅନେକ ଅସାମାଜିକ ବ୍ୟକ୍ତି ମିଥ୍ୟା ଗୁଜବ ପ୍ରୁାର କରୁଛନ୍ତି । ସୋସିଆଲ ମିଡିଆରେ ସେଲିବ୍ରେଟି ମାନଙ୍କ ନାମରେ ଅପପ୍ରଚାର ଏବଂ ମରି ଯାଇଥିବା ଖବର ପ୍ରଚାର କରାଯାଉଛି । ତେବେ ଏଥିରୁ ବାଦ ପଡି ନାହାଁନ୍ତି ଭାରତୀୟ କ୍ରିକେଟର ସୁରେଶ ରାଇନା । ରାଇନାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇ ଯାଇଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫଳରେ ରାଇନାଙ୍କ ପ୍ରଂଶସକମାନେ ବହୁତ ଦୁଃଖ ଅନୁଭବ କରିବା ସହିତ କ୍ଷୋଭ ପ୍ରକାଶ କରିଥିଲେ । ମାତ୍ର ଏହି ଖବର ପାଇବା ପରେ ରାଇନାଙ୍କ ପରିବାର ବହୁତ ରାଗି ଯାଇଥିଲେ । କାରଣ ରାଇନାଙ୍କର କୌଣସି କ୍ଷତି ହୋଇ ନଥିଲା । ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି । ଏଣୁ ଶେଷରେ ସେ ଟ୍ୱିଟ କରି ସୁସ୍ଥ ଥିବା ପ୍ରକାଶ କରିଛନ୍ତି ।
ଯେଉଁମାନେ ଏପରି ମିଥ୍ୟା ପ୍ରଚାର କରୁନ୍ତି ସେମାନଙ୍କୁ ଗିରଫ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି କହିଛନ୍ତି ରାଇନା । ସେ ଲେଖିଥିଲେ, ମୁଁ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛି ବୋଲି ଗତ କିଛି ଦିନ ହେବ ଖବର ପ୍ରକାଶ ପାଉଛି। ଏହି ମିଛ ଖବର ମୋତେ ଓ ମୋ ପରିବାରକୁ ବିଚଳିତ କରିଛି। ଦୟାକରି ଏଭଳି ଖବରକୁ ଅଣଦେଖା କରନ୍ତୁ। ଭଗବାନଙ୍କ ଦୟାରୁ ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି। ଯେଉଁ ୟୁ ଟ୍ୟୁବ୍ ଚ୍ୟାନେଲ ଏଭଳି ଖବର ପ୍ରକାଶ କରିଛି, ମୁଁ ତା ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଦାବି କରୁଛି। ପୂର୍ବରୁ ମଧ୍ୟ ଏଭଳି ଅନେକ ଗୁଜବ ପ୍ରଚାର ହୋଇଛି । ବଲିଉଡ ଏବଂ ଓଲିଉଡର ବହୁ କଳାକାରଙ୍କ ମୃତ୍ୟୁ ହୋଇଥିବା ପ୍ରଚାର ହୋଇଛି । ଏମିତିକି ନିକଟରେ ମୃତ୍ୟୁ ବରଣ କରିଥିବା କାଦର ଖାନଙ୍କ ମୃତ୍ୟୁ ହୋଇଥିବା ବହୁ ବାର ପ୍ରଚାର ହୋଇଥିଲା । ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ମରି ଯାଇଥିବା ପ୍ରଚାର ହୋଇଛି ।
ତେବେ ଯେଉଁମାନେ ଏଭଳି ମିଥ୍ୟା ଖବର ପ୍ରଚାର କରୁଛନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯାଉ ବୋଲି ସାଧାରଣ ଲୋକ ମଧ୍ୟ ଅଭିଯୋଗ କରିଛନ୍ତି । କାରଣ ଏହି ଭଳି କେତକ ଲୋକଙ୍କ ପାଇଁ ସୋସିଆଲ ମିଡିଆ ଖରାପ ହେଉଛି ଏବଂ ସେଲିବ୍ରେଟୀଙ୍କ ପ୍ରଂଶସକମାନେ ଚିନ୍ତାରେ ପଡୁଛନ୍ତି । ତେବେ କହି ରଖୁଛିୁ ଗୁଜବ ଉଠିଥିବା ସୁରେଶ ରାଇନା ହେଉଛନ୍ତି ଭାରତୀୟ ଦଳର ଜଣେ ଅଭିଜ୍ଞ ଖେଳାଳି । ଏବେ କିଛିଦିନ ହେବ ସେ ଦଳରେ ସ୍ଥାନ ପାଇନାହାଁନ୍ତି । ଦଳରେ ଯୁବ ଖେଳାଳିଙ୍କ ଭଲ ପ୍ରଦର୍ଶନ ପାଇଁ ରାଇନା ଦଳକୁ ଫେରି ପାରୁନାହାଁନ୍ତି । ତେବେ ସେ ଜାତୀୟ ଦଳ ଏବଂ ଆଇପିଏଲରେ ଖେଳ ଜାରି ରଖିଛନ୍ତିି । ଏବଂ ସେ ଆଗାମୀ ଦିନରେ ଦଳକୁ ଫେରିବେ ବୋଲି ଆଶା କରାଯାଇଛି ।