ପର୍ଥ (ଏଟିଆର ବ୍ୟୁରୋ); ଘରୋଇ ଦଳର ବୋଲରଙ୍କ ଆଗରେ ଫିକା ପଡିଛନ୍ତି ଭ୍ରମଣକାରୀ ଦଳ । ପର୍ଥରେ ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ କଙ୍ଗାରୁ ଦଳର ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଘାଇଲା କରିଛନ୍ତି । ମାତ୍ର ୨୮୩ ରନରେ ସମସ୍ତ ୱିକେଟ ହରାଇଛି ଭାରତ । ଦଳ ପକ୍ଷରୁ ସବାଧିକ ଦଳର ଅଧିନାୟକ ବିରାଟ କୋହଲି ୧୨୩ କରିଥିବା ବେଳେ ଦଳର ଉପଅଧିନାୟକ ୫୧ ରନ କରିବା ପାଇଁ ସକ୍ଷମ ହୋଇଛନ୍ତି । ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲିଓନ ସର୍ବାଧିକ ୫ଟି ୱିକେଟ ନେବା ପାଇଁ ସଫଳ ହୋଇଛନ୍ତି । ଷ୍ଟାର୍କ ଏବଂ ହାଜେଲ ହୁଡ ମଧ୍ୟ ୨ଟି ଲେଖାଏଁ ୱିକେଟ ନେବା ପାଇଁ ସଫଳ ହୋଇଛନ୍ତି ।
ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିବା ଘରୋଇ ଦଳ ୩୨୬ ରନ କରିବା ପାଇଁ ସଫଳ ହୋଇଥିଲା । ସେପଟେ ଏହି ସ୍କୋରକୁ ପିଛା କରିବାକୁ ଯାଇ ଭାରତ ମାତ୍ର ୨୮୩ ରନରେ ଆଣ୍ଠେଇ ଯାଇଛି । ଶେଷରେ ଭାରତ ୪୩ ରନ ପଛରେ ପଡିଯାଇଛି । ଦ୍ୱିତୀୟ ପାଳିରେ ବ୍ୟାଟି କରିବା ପାଇଁ ଆସିଥିବା କଙ୍ଗାରୁ ଦଳ ୩୩ ରନ କରିଛି । ତେବେ ରିପୋର୍ଟ ଲେଖାଯିବ ପର୍ଯ୍ୟନ୍ତ ଭାରତ ଅଷ୍ଟ୍ରେଲିଆ ଠାରୁ ୭୬ ରନ ପଛରେ ରହିଛି । ତୃତୀୟ ଦିନର ଖେଳ ଚାଲିଥିବା ବେଳେ ମ୍ୟାଚ ନିର୍ଣ୍ଣୟ ହେବା ପାଇଁ ଆହୁରି ଦୁଇ ଦିନ ବାକି ଅଛି ।