ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ସେମାବାର ବିସିସିଆଇ ୨୦୧୯ ବିଶ୍ୱକପ ପାଇଁ ଘୋଷଣା କରିଛି ୧୫ ଜଣିଆ ଦଳ । ତେବେ ପୂର୍ବରୁ କଳ୍ପନା କରାଯାଉଥିବା ବହୁ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇନାହିଁ । ନିୟମିତ ଦଳରେ ଖେଳଥିବା ଖେଳାଳିଙ୍କ ନାମ ଘୋଷଣା କରିଛି ବିସିସିଆଇ । ପନ୍ଥ,ଯୁବରାଜ,ରାଇନା ଏବଂ ଅଶ୍ୱିନଙ୍କ ନାମ ପୂର୍ବରୁ ଚର୍ଚ୍ଚା ହେଉଥିଲେ ସୁଦ୍ଧା ସେମାନଙ୍କୁ ଦଳରେ ସାମିଲ କରାଯାଇନାହିଁ । ବିସିସିଆଇ ବିରାଟ କୋହଲିଙ୍କୁ ଚଳିତ ବିଶ୍ୱକପରେ ନେତୃତ୍ୱ ଦେଇଛି ।
ତେବେ ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଥିବା ୧୫ ଜଣିଆ ଦଳ ହେଲେ ଅଧିନାୟକ ବିରାଟ କୋହଲି ଓ ଉପ-ଅଧିନାୟକ ରୋହିତ୍ ଶର୍ମାଙ୍କ ସହ ଦଳରେ ସାମିଲ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ଦିନେଶ କାର୍ତ୍ତିକ, କେଦାର ଯାଦବ,ବିଜୟ ଶଙ୍କର, କେ.ଏଲ୍ ରାହୁଲ, ଯୁଜୁବେନ୍ଦ୍ର ଚହଲ, କୁଲଦୀପ୍ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ୍ ବୁମରା ଏବଂ ରବୀନ୍ଦ୍ର ଜାଡେଜା ।
ଦିନେଶଙ୍କୁ ଦଳରେ ସାମିଲ କରିବା ନେଇ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ କହିଛନ୍ତି, ଯଦି ଦଳର ନିୟମିତ ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନୀ ଆହତ ହୁଅନ୍ତି ତେବେ ତାଙ୍କ ବଦଳରେ କାର୍ତ୍ତିକ ଖେଳିବେ। ଅନ୍ୟପକ୍ଷରେ ଋଷଭ ପନ୍ଥ ଓ୍ଵିକେଟ କିପିଙ୍ଗରେ ତୁଳନାତ୍ମକ ଭାବେ ଦୁର୍ବଳ ହୋଇଥିବାରୁ ତାଙ୍କୁ ଦଳରେ ନିଆ ଯାଇନାହିଁ ବୋଲି କହିଛନ୍ତି ଚୟନକର୍ତ୍ତା।