ମେଲବର୍ଣ୍ଣ (ଏଟିଆର ବ୍ୟୁରୋ); ଆସନ୍ତା ୨୬ ତାରିଖରୁ ହେବାକୁ ଥିବା ତୃତୀୟ ଟେଷ୍ଟ ପାଇଁ ଘୋଷଣା ହେଲା ଭାରତୀୟ । ଦ୍ୱିତୀୟ ଟେଷ୍ଟରେ ସ୍ୱଚନୀୟ ପରାଜୟ ପରେ ବିସିସିଆଇ ଦଳରେ ପରିବର୍ତ୍ତନ କରିଛି । ବରିଷ୍ଟ ଖେଳାଳିଙ୍କୁ ବସାଇ ଯୁବ ଖେଳାଳିଙ୍କୁ ଟିମକେ ସ୍ଥାନ ଦେଇଥିବା ଦେଖିବାକୁ ମିଳିଛି । ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟରେ ଖରାପ ପ୍ରଦର୍ଶନ କରିଥିବା ଦୁଇ ଓପନର ରାହୁଲ ଏବଂ ବିଜୟଙ୍କୁ ଦଳ ବାଦ ଦେଇ ରୋହିତ ଶର୍ମା,ମୟଙ୍କ ଅଗ୍ରୱାଲ ଏବଂ ଜାଡେଜାଙ୍କୁ ଦଳରେ ସ୍ଥାନ ଦେଇଛି । ସେପଟେ ଭାରତୀୟ ପେସ ବୋଲର ଉମେଶ ଯାଦବଙ୍କୁ ବାଦ ଦିଆଯାଇଛି ।
୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜରେ ୧-୧ରେ ବରାବର ରହିଥିବା ବେଳେ ତୃତୀୟ ଟେଷ୍ଟ ଉପରେ ରହିଛି ସମସ୍ତଙ୍କ ନଜର । ଏଣୁ ଏହି ମ୍ୟାଚ ବିଜୟ ଆଶାରେ ଦଳରେ ପରିବର୍ତ୍ତନ କରାଯାଇଛି । ତେବେ ମୟଙ୍କ ଅଗ୍ରୱାଲ ଏହି ଟେଷ୍ଟ ମ୍ୟାଚ ମାଧ୍ୟମରେ ଡେବ୍ୟୁ କରିବେ । ଭଲ ପ୍ରଦର୍ଶନ କରିବେ ବୋଲି କ୍ରିକେଟ ପ୍ରେମୀ ତାଙ୍କ ଉପରେ ଆଶା ରଖିଛନ୍ତି ।
ଭାରତୀୟ ୧୧ ଜଣିଆ ସାମ୍ଭବ୍ୟ ଦଳ
ବିରାଟ କୋହଲି,ରାହାଣେ,ମୟଙ୍କ ଅଗ୍ରୱାଲ,ହନୁମାନ ବିହାରୀ,ଚେତେଶ୍ୱର ପୁଜାରା,ରୋହିତ ଶର୍ମା,ରବିନ୍ଦ୍ର ଜାଡେଜା,ପନ୍ଥ,ସାମି,ଇଶାନ୍ତ ଶର୍ମା,ବୁମରା ।