ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୩୦ ଅଗଷ୍ଟ ୨୦୨୩ ରେ ଆରମ୍ଭ ହେବ ଏସିଆ କ୍ରିକେଟ ମହାକୁମ୍ଭ । ସମସ୍ତ ମ୍ୟାଚ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ବେଳେ ସେପ୍ଟମ୍ବର ୨ ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏସିଆ କପ୍ ୨୦୨୩ ର ସେଡ୍ୟୁଲ ଘୋଷଣା ହୋଇସାରିଛି । ଅବଶ୍ୟ ଏହି ମ୍ୟାଚ ପାଇଁ ବିସିସିଆଇ ଏଯାଏଁ ଟିମ୍ ଇଣ୍ଡିଆ ର ଘୋଷଣା କରିନି । ଏହାପୂର୍ବରୁ ଜାଣିନିଅନ୍ତୁ ଏହି ମ୍ୟାଚ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଟିମ୍ କିଭଳି ହୋଇପାରେ ।
ଅନେକ ରିପୋର୍ଟରେ ଦାବି କରାଯାଇଛି କି ଭାରତର ପ୍ରମୁଖ ଖେଳାଳୀ ଏସିଆ କପ୍ ରେ ନଜର ଆସି ପାରନ୍ତି । କୁହାଯାଉଛି କି କେଏଲ ରାହୁଲ, ଶ୍ରେୟସ ଅୟ୍ର, ଯଶପ୍ରୀତ୍ ବୁମରା ଆଦି ଏହି ଟୁର୍ଣ୍ଣାମେଣ୍ଟରେ ଖେଳୁଥିବାର ନଜର ଆସିବେ ।
ଏଥିରେ କେଏଲ ରାହୁଲଙ୍କୁ ୱିକେଟକିପର ଏବଂ ସଞ୍ଜୁ ସ୍ୟାମସନଙ୍କୁ ଟିମ୍ ରେ ରିଜର୍ଭ ୱିକେଟକିପର ଭାବେ ସାମିଲ କରାଯାଇପାରେ । ସେହିପରି ଯଶସ୍ୱୀ ଯାୟସବାଲ, ଋତୁରାଜ,ସୂର୍ଯ୍ୟକୁମାରଙ୍କୁ ଏସିଆ କପ ଟିମ୍ ରେ ସ୍ଥାନ ମିଳିବା କଷ୍ଟ ।
ଏସିଆ କପ ପାଇଁ ଭାରତର ସମ୍ଭାବିକ ୧୫ ଜଣିଆ ଟିମ୍: ରୋହିତ ଶର୍ମା(କ୍ୟାପ୍ଟେନ), ଶୁଭମନ ଗିଲ୍, ବିରାଟ କୋହଲି,ଶ୍ରେୟସ ଅୟର, କେଏଲ ରାହୁଲ(ୱିକେଟକିପର),ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ,ମୋହମ୍ମଦ ସିରାଜ,ଜସପ୍ରିତ ବୁମରାହ, ଭୁବନେଶ୍ୱର କୁମାର, ସଞ୍ଜୁ ସ୍ୟାମସନ,ମୋହମ୍ମଦ ଶମି ଏବଂ ଶାର୍ଦୁଲ ଠାକୁର ।