ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏସିଆନ ଗେମ୍ସରେ ଭାଗ ନେଇଥିବା ୧୩ ଜଣ ଓଡିଆ ଖେଳାଳିଙ୍କୁ ମିଳିବ ସହାୟତା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପ୍ରତି ଖେଳାଳୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ମିଳିବ ।
୧୩ ଜଣ ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି କିଶୋର ଜେନା, ଅଂଶିକା ଭାରତୀ, ଋତୁ କାଉଡି, ସୋନାଲୀ ସ୍ୱାଇଁ, ନେହା ଦେବୀ, ଅନୁପମା ସ୍ୱାଇଁ, ପ୍ୟାରୀ, ଦୀପଗ୍ରେସ ଏକ୍କା, ଅମିତ ରୋହିଦାସ, ହୁପି ମାଝୀ, ଡୁମୁଣୀ ମାରାଣ୍ଡି, ମାମ ନାଏକ, ତରୁଲତା ନାଏକ ।
ଆସନ୍ତା ସେପ୍ଟମ୍ବର ୨୩ ରୁ ଅକ୍ଟୋବର ୮ ଯାଏଁ ଏସିଆନ୍ସ ଗେମ୍ସ ଚାଲିବ । ଏଥିପାଇଁ ୧୩ ଜଣ ଓଡିଆ ଖେଳାଳୀଙ୍କୁ ଚୟନ କରାଯାଇଛି ।