ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ବନାମ ଦକ୍ଷୀଣ ଆଫ୍ରିକା ଟେଷ୍ଟର ୨୭ ବର୍ଷ ଇତିହାସରେ ଏଭଳି ପ୍ରଥମ ଥର ହୋଇଛି । ଭାରତୀୟ କ୍ରିକେଟ ଟିମ୍ ଦକ୍ଷୀଣ ଆଫ୍ରିକାକୁ ୩ ମ୍ୟାଚ୍ ଟେଷ୍ଟ ସିରିଜ୍ ରେ କ୍ଲନ ସ୍ୱିପ୍ କରିଦେଇଛି ।
ହୁଏତ ଭାରତୀୟ ଟିମ୍ ଦକ୍ଷୀଣ ଆଫ୍ରିକାକୁ କ୍ଲିନ୍ ସ୍ୱିପ୍ କରିଦେଇଛି ସତ । କିନ୍ତୁ ପୂର୍ବରୁ ଟିମ୍ ଇଣ୍ଡିଆର ଏଭଳି ଏକ ରେକର୍ଡ ରହିଛି ଯାହା ହୁଏତ ଆପଣମାନେ ଜାଣିନଥିବେ । ଆଜି ଆମେ ଆପଣଙ୍କୁ ଏଭଳି ଦେଶର ନାଁ କହିବାକୁ ଯାଉଛୁ, ଯେଉଁଠି ଭାରତୀୟ ଟିମ୍ ଏପର୍ଯ୍ୟନ୍ତ ଟେଷ୍ଟ ସିରିଜ୍ ଇତିହାସରେ ଗୋଟେ ବି ଟେଷ୍ଟ ସିରିଜ୍ ହାସଲ କରିପାରି ନାହିଁ ।
ବର୍ତ୍ତମାନ ଯାଏଁ ଭାରତୀୟ ଟିମ୍ ଯେଉଁ ଦେଶରେ କ୍ରିକେଟ ଖେଳିଛି ପ୍ରାୟତଃ ସମସ୍ତ ଦେଶରେ ତାର ବିଜୟ ହାସଲ କରିଛି । କିନ୍ତୁ ଦକ୍ଷୀଣ ଆଫ୍ରିକା କେବଳ ଗୋଟିଏ ଦେଶ, ଯେଉଁଠି ଦକ୍ଷୀଣ ଆଫ୍ରିକା ସହିତ ଭାରତ ତାର ଟେଷ୍ଟ କ୍ରିକେଟ ଇତିହାସରେ କୌଣସି ଟେଷ୍ଟ ସିରିଜ୍ ଜିତି ପାରି ନାହିଁ ।
ଭାରତ ଏବଂ ଦକ୍ଷୀଣ ଆଫ୍ରିକା ମଧ୍ୟରେ ଏପର୍ଯନ୍ତ ୭ଟି ଟେଷ୍ଟ ସିରିଜ୍ ଖେଳା ସରିଛି । ସେଥିମଧ୍ୟରୁ ୬ଟି ଟେଷ୍ଟ ସିରିଜ୍ ଦକ୍ଷୀଣ ଆଫ୍ରିକା ହାତେଇଛି । ଏହାସହିତ ଗୋଟେ ମ୍ୟାଚ୍ ଡ୍ର ହୋଇଯାଇଛି ।