ବିଜେପୁର ( ଏଟିଆର ବ୍ୟୁାରୋ): ଲଗାଣ ବର୍ଷା ଲାଗି ରହିଥିଲେ ମଧ୍ୟ ବିଜେପୁରରେ ଭୋଟ ଗଣତି ଚାଲିଛି । ଗତଥର ଭଳି ଏଥର ମଧ୍ୟ ଆରମ୍ଭରୁ ବିଜେଡି ଆଗରେ ରହିଛି । ସେହିଭଳି ଭାବେ ଏଥର ବିଜେପି ଦ୍ୱିତୀୟରେ ରହିଥିବା ବେଳେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥିନୀ ରୀତା ସାହୁ ୫୨୩୧୭ ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ ବିଜେପି ୧୩୬୨୩ ଖଣ୍ଡ ଏବଂ କଂଗ୍ରେସ ପ୍ରାର୍ଥୀ ୨୦୫୨ ଖଣ୍ଡ ଭୋଟ୍ ପାଇଛନ୍ତି ।
ସେହିଭଳି ଷଷ୍ଠ ରାଉଣ୍ଡରେ ବିଜେଡିକୁ ୪୫, ୩୭୫, ବିଜେପିକୁ ୧୧,୦୭୪ ଓ କଂଗ୍ରେସକୁ ୧୫୯୧ ଭୋଟ ମିଳିଥିଲା । ପଞ୍ଚମ ରାଉଣ୍ଡରେ ରୀତା ସାହୁଙ୍କୁ ୩୮,୩୧୮ଭୋଟ୍ ମିଳିଥିବା ବେଳେ ବିଜେପିର ସନତ ଗଡତିଆଙ୍କୁ ୯,୫୦୭ ଭୋଟ୍ ଓ କଂଗ୍ରେସର ଦିଲୀପ ପଣ୍ଡାଙ୍କୁ ୧୪୩୫ ଭୋଟ୍ ମିଳିଥିଲା ।