ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟି-୨୦ ମ୍ୟାଚରେ ବୋଲିଂ ଠାରୁ ଅଧିକ ବ୍ୟାଟିଂ ଉପରେ ଚାପ ରହିଥାଏ । ଫିଲ୍ଡିଂ ପାଇଁ ଲାଗୁ ହୋଇଥିବା ନିୟମ ବୋଲରଙ୍କ ହାତରୁ ତାଙ୍କ ଶକ୍ତି ଛଡାଇନେଇଛି । ଏହାପରେ ବି ଆଇପିଏଲରେ ଅନେକ ଥର ବୋଲର ମାନେ ଭଲ ପ୍ରଦର୍ଶନ କରି ବ୍ୟାଟସମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି ।
ଆଇପିଏଲରେ ଲକ୍ଷ୍ମୀପତି ବାଲାଜୀଙ୍କ ଠାରୁ ନେଇ ଜୟଦେବ ଅନାଡକଟ ପର୍ଯ୍ୟନ୍ତ ୧୪ ଖେଳାଳି ୭ ହ୍ୟାଟ୍ରିକ ମାରିଛନ୍ତି । ହୁଏତ ଅଧାରୁ ଅଧା ସିଜିନ୍ ପଳାଇଲାଣି ଏବଂ ଏବେ ହ୍ୟାଟ୍ରିକ ନେବା ଆଶାରେ ଅଛନ୍ତି ଖେଳାଳି । ତେବେ ଆସନ୍ତୁ ଜାଣିବା ଆଇପିଏଲରେ ଏପର୍ଯ୍ୟନ୍ତ ନିଆଯାଇଥିବା ସବୁଠାରୁ ବଡ ହ୍ୟାଟ୍ରିକ ବିଷୟରେ ।
ଦିଲ୍ଲୀ ହେୟରଡେବିଲ୍ସର ସ୍ପିନ୍ ବୋଲର ଅମିତ୍ ମିଶ୍ରାଙ୍କ ନାମରେ ହ୍ୟାଟ୍ରିକର ଏକ ବଡ ରେକର୍ଡ ରହିଛି । ପ୍ରକୃତରେ ଆଇପିଏଲର ଅଲଗା ଅଲଗା ସିଜିନ୍ ରେ ଅମିତ୍ ମିଶ୍ରା ୩ ଟି ହ୍ୟାଟ୍ରିକ ନେଇଛନ୍ତି । ସବୁଠୁ ଖାସ୍ କଥା ହେଉଛି ଏହି ୩ଟି ହ୍ୟାଟ୍ରିକ ଅମିତ୍ ଅଲଗା ଅଲଗା ଟିମ୍ ପାଇଁ ଖେଳିବା ସମୟରେ ନେଇଛନ୍ତି । ଯେପରିକି ବର୍ଷ ୨୦୦୮ରେ ଦିଲ୍ଲୀ ଡେୟରଡେବିଲ୍ସ, ୨୦୧୧ରେ ଡେକାନ୍ ଚାର୍ଜର ଏବଂ ୨୦୧୩ ରେ ସନରାଇଜର ହାଇଦ୍ରାବାଦ ପାଇଁ ଖେଳି ସେ ହ୍ୟାଟ୍ରିକ ନେଇଥିଲେ ।
ଆଇପିଏଲ ଇତିହାରେ ଅପ୍ରିଲ ୧୪,୨୦୧୭ କୁ କେବେ ବି ଭୁଲି ହେବନି । ଏହି ତାରିଖରେ ଆଇପିଏଲରେ ଜଣେ ନୁହେଁ ବରଂ ଦୁଇଜଣ ଖେଳାଳି ହ୍ୟାଟ୍ରିକ ନେଇଥିଲେ ।
ଅଷ୍ଟ୍ରେଲିଆର ଅଲରାଉଣ୍ଡର ଏଣ୍ଡ୍ରୟୁ ଟାୟ ଆଇପିଏଲରେ ଦୁଇଟି ଅଲଗା ଅଲଗା ଟିମ୍ ପାଇଁ ଖେଳି ନିଜ ଡେବ୍ୟୁ ମ୍ୟାଚରେ ହ୍ୟାଟ୍ରିକ ନେଇଥିଲା ଏକମାତ୍ର ଖେଳାଳି । ସେ ୨୦୧୫ରେ ଚେନ୍ନାଇ ସୁପରକିଙ୍ଗ ପାଇଁ ଏବଂ ୨୦୧୬ ରେ ଗୁଜୁରାଟ ଲାୟନ୍ସ ପାଇଁ ଖେଳି ହ୍ୟାଟ୍ରିକ ନେଇଥିଲେ ।
ରାଜସ୍ଥାନ ରୟାଲ୍ସର ସ୍ପିନ୍ ବୋଲର ପ୍ରବିଣ ତାମ୍ବେ ଦୁଇଟି ବଲରେ ହ୍ୟାଟ୍ରିକ କରିଥିବା ଏକମାତ୍ର ଖେଳାଳି । ରାଜସ୍ଥାନ ରୟାଲସ ପାଇଁ ଖେଳିବା ବେଳେ ୨୦୧୩ରେ ସେ ଦୁଇଟି ବଲ୍ ରେ ତିନି ଜଣ ଖେଳାଳିଙ୍କୁ ଆଉଟ୍ କରିଦେଇଥିଲେ ।
ସେହିପି ସିକ୍ସର କିଙ୍ଗ ୟୁବରାଜ୍ ସିଂହ ବି ହ୍ୟାଟ୍ରିକ ନେବାରେ କିଛି କମ୍ ନୁହଁନ୍ତି । ସେ ଆଇପିଏଲରେ ଦୁଇଥର ହ୍ୟାଟ୍ରିକ ନେଇଛନ୍ତି ।
ତେବେ ଆସନ୍ତୁ ଜାଣିବା ଆଇପିଏଲରେ କିଏ କେବେ ହ୍ୟାଟ୍ରିକ ନେଇଛନ୍ତି:
– ମଖ୍ୟାୟା ଏନଟିନ୍ (୨୦୦୮)
– ଲକ୍ଷ୍ମୀପତି ବାଲାଜୀ (୨୦୦୮)
– ରୋହିତ ଶର୍ମା (୨୦୦୯)
– ପ୍ରବୀଣ କୁମାର (୨୦୧୦)
– ଅଜିତ୍ ଚଣ୍ଡୀଲ (୨୦୧୨)
– ସୁନୀ ନରେନ୍ (୨୦୧୩)
– ସେନ୍ ୱାଟସନ୍ (୨୦୧୪)
– ଅକ୍ଷର ପଟେଲ (୨୦୧୪)
– ଜୟଦେବ ଉନାଡକଟ (୨୦୧୭)
ଏଥିରୁ ସ୍ପଷ୍ଟ ଜଣାପଡୁଛି ହ୍ୟାଟ୍ରିକ ନେବାରେ ଭାରତୀୟ ଦଳ ସବୁଠୁାଂରୁ ଆଗୁଆ ଅଛି ।