ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ ) ପକ୍ଷରୁ ଗୁରୁବାର ୨୦୧୯-୨୦ ସିଜନ ପାଇଁ ସିନିଅର ମହିଳା ଟିମ୍ ର ଖେଳାଳୀଙ୍କ ବାର୍ଷିକ କଣ୍ଟ୍ରାକ୍ଟ ତାଲିକା ଜାରି କରାଯାଇଛି । ଏଥିରେ ଭାରତୀୟ ମହିଳା କ୍ରିକେଟ ଟିମ୍ ର ସିନିଅର ଖେଳାଳୀ ମିତାଲୀ ରାଜ ଙ୍କୁ ଗ୍ରେଡ୍ ଏ ତାଲିକାରୁ ବାହାର କରାଯାଇଛି । ମିତାଲି ନାଁ ଗ୍ରେଡ୍ ବି ରହିଛି । ଏହି ବାର୍ଷିକ କଣ୍ଟ୍ରାକ୍ଟ ତାଲିକା ଅକ୍ଟୋବର ୨୦୧୯ ଠାରୁ ନେଇ ସେପ୍ଟମ୍ବର ୨୦୨୦ ପର୍ଯ୍ୟନ୍ତ ରହିଛି ।
ରିପୋର୍ଟ ମୁତାବକ, ପୁରୁଷ କ୍ରିକେଟ ଟିମ୍ ର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀ ବିସିସିଆଇ ର ବାର୍ଷିକ କଣ୍ଟ୍ରାକ୍ଟ ତାଲିକାରୁ ବାଦ୍ ପଡିଛନ୍ତି । ସେହିପରି ମହିଳା କ୍ରିକେଟ ଟିମ୍ ର ମିତାଲି ରାଜ୍ ଙ୍କୁ ଗ୍ରେଡ୍ ଏ ରୁ ବାହାର କରାଯାଇ ଗ୍ରେଡ୍ ବି ରେ ରଖାଯାଇଛି । ସେପଟେ ସ୍ମୃତି ମଂଧାନା ଏବଂ ପୁନମ ଯାଦଙ୍କ ନାଁ ଗ୍ରେଡ୍ ଏ ରେ ସ୍ଥାନ ପାଇଛି ।
ଟି୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ମିତାଲି ସେପ୍ଟମ୍ବର ୨୦୧୯ରେ ସନ୍ୟାସ ନେଇଯାଇଥିଲେ । ଏହାପରେ ସେ ଏବେ ବି ୱାନଡେ ଟିମ୍ ର କ୍ୟାପ୍ଟେନସିପ୍ କରୁଛନ୍ତି । ଇତି ମଧ୍ୟରେ ହରମନପ୍ରିତ କୌର ବି ଗ୍ରେଡ୍ ଏ ରେ ସାମିଲ ହୋଇଛନ୍ତି ।
ଗ୍ରେଡ୍ ଏ ରେ ସାମିଲ ଥିବା ଖେଳାଳୀଙ୍କୁ ୫୦-୫୦ ଲକ୍ଷ ଟଙ୍କା, ବି ଗ୍ରେଡରେ ସାମିଲ ଥିବା ଖେଳାଳୀଙ୍କୁ ୩୦-୩୦ ଲକ୍ଷ ଟଙ୍କା ଏବଂ ସି ଗ୍ରେଡରେ ସାମିଲ ଥିବା ମହିଳା ଖେଳାଳୀଙ୍କୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ ।