ବର୍ମିଂହାମ (ଏଟିଆର ବ୍ୟୁରୋ); ଚଳିତ ବିଶ୍ୱକପରେ ଭାରତ ତାର ଅଷ୍ଟମ ମ୍ୟାଚରେ ବାଲାଂଦେଶକୁ ଭେଟିବ । ଦୁଇ ଏସୀୟ ମହାଦେଶ ମଧ୍ୟରେ ହେବ କଡା ଟକ୍କର । ଆଜି ମ୍ୟାଚ ସେମି ରାସ୍ତା ପରିଷ୍କାର କରିବ । ଏଣୁ ଉଭୟ ଦଳ ଜିତିବା ଲକ୍ଷ୍ୟରେ ରହିବେ । ଭାରତ ଯଦି ଆଜି ଜିତିଯାଏ ତେବେ ଗୋଟିଏ ମ୍ୟାଚ ବାକିଥାଇ ସେମିରେ ପ୍ରବେଶ କରିବ । ଅପରପକ୍ଷରେ ବାଲାଂଦେଶ ଆଜି ଜିତିଲେ ଶେଷ ମ୍ୟାଚକୁ ଅପେକ୍ଷା କରିବାକୁ ପଡିବ । ଦଳ ଶେଷ ମ୍ୟାଚରେ ପାକିସ୍ତାନକୁ ଭେଟିବ ।
ଭାରତ ଲଗାତାର ବିଜୟ ହେଉଥିବା ବେଳେ ଶେଷ ମ୍ୟାଚରେ ଆୟୋଜକ ଇଂଲଣ୍ଡଠାରୁ ହାରିଥିଲା । ଯାହାର ଫାଇଦା ନେବାକୁ ଚେଷ୍ଟା କରିବ ବାଲାଂଦେଶ । ବାଲାଂଦେଶର ଦକ୍ଷ ଅଲରାଉଣ୍ଡର ସାକିବ ଅଲ ହାସନ ଏବେ ଦମଦାର ଫର୍ମରେ ଅଛନ୍ତି । ସେ ଚଳିତ ବିଶ୍ୱକପରେ ୨ଟି ଶତକ ହାସଲ କରିଛନ୍ତି । ଏମିତିକି ସର୍ବାଧିକ ସ୍କୋର ଲିଷ୍ଟରେ ମଧ୍ୟ ତୃତୀୟ ସ୍ଥାନରେ ଅଛନ୍ତି । ଏଣୁ ଭାରତ ତାଙ୍କୁ ଟାର୍ଗେଟ କରିବ ।
ଇଂଲଣ୍ଡଠାରୁ ହାରିବା ପରେ ଭାରତୀୟ ଦଳରେ ଆଜି ପରିବର୍ତ୍ତନ ହେବ ବୋଲି ସୂଚନା ମିଳିଛି । ଶେଷ ମ୍ୟାଚରେ ଦୁଇ ସ୍ପିନର ମାତ୍ର ଗୋଟିଏ ୱିକେଟ ପାଇଥିବା ବେଳେ ୨୦ ଓଭରରୁ ୧୬୦ ରନ ବ୍ୟୟ କରିଥିଲେ । ବ୍ୟାଟିଂ ବି ଟିକେ ଧିମା ରହିଥିଲା । ଏଣୁ ଦଳ ଆଜି କିଛି ପରିବର୍ତ୍ତନ କରିବ । ପନ୍ଥ ଇଂଲଣ୍ଡ ବିପକ୍ଷରେ ବିଶ୍ୱକପରେ ଡେବ୍ୟୁ କରିଥିଲେ । ସେହି ମ୍ୟାଚରେ ଯଦିଓ ସେତେ ଭଲ ପ୍ରଦର୍ଶନ କରିନଥିଲେ । ତଥାପି ଆଜି ତାଙ୍କୁ ସୁଯୋଗ ଦିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି ।