ଲଣ୍ଡନ (ଏଟିଆର ବ୍ୟୁରୋ); ଆଜି କ୍ୟାପଟେନ କୁଲ ବୋଲାଉଥିବା ମହେନ୍ଦ୍ର ସିଂହ ଧୋନୀଙ୍କ ଜନ୍ମଦିନ । ୩୮ ବର୍ଷରେ ପଦାର୍ପଣ କରିବେ ଏହି ଉଦୀୟମାନ ଖେଳାଳି । ୧୯୮୧ ମସିହା ଜୁଲାଇ ୭ ତାରିଖରେ ଝାଡଖଣ୍ଡର ରାଞ୍ଚି ସହରରେ ଜନ୍ମ ଗ୍ରହଣ କରିଥିଲେ ଧୋନୀ । ପିଲାଟି ଦିନରୁ ଫୁଟବଲରେ ଆଗ୍ରହ ଥିଲା । କ୍ରିକେଟକୁ ପସନ୍ଦ କରୁନଥିଲେ । କିନ୍ତୁ ଆଜି ସାରା ବିଶ୍ୱ ତାଙ୍କୁ ଜଣେ ଦକ୍ଷ କ୍ରିକେଟର ଭାବେ ଚିହ୍ନୁଛି ।
ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ବହୁତ ସଂଘର୍ଷ କରିଥିଲେ । ଜାତୀୟ ଦଳରେ ସଫଳତା ପାଇବା ପରେ ଆନ୍ତର୍ଜାତିକ ଦଳରେ ସ୍ଥାନ ପାଇଥିଲେ ଧୋନୀ । ୨୦୦୪ ମସିହାରେ ପ୍ରଥମେ ବାଲାଂଦେଶ ବିପକ୍ଷରେ ତାଙ୍କୁ ସ୍ଥାନ ମିଳିଥିଲା । ପ୍ରଥମେ ଦୁଇ ତିନିଟି ମ୍ୟାଚ ବିଫଳ ହୋଇଥିଲେ । ଏବଂ ତାପରେ ଏଭଳି ଖେଳ କରିଥିଲେ କି ଆଜି ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଖେଳକୁ ଝୁରି ହେଉଛନ୍ତି ।
ସୌରଭ ଗାଙ୍ଗୁଲି,ରାହୁଲ ଦ୍ରାବିଡ ଏବଂ ଅନିଲ କୁମ୍ବଲେଙ୍କ ଭଳି ଅଭିଜ୍ଞ ଅଧିନାୟକଙ୍କ ଟିମରେ ସ୍ଥାନ ପାଇଥିଲେ ଧୋନି । ଶେଷରେ ଭାରତୀୟ ଦଳର ଅଧିନାୟକତ୍ୱ ତାଙ୍କୁ ଦିଆଯାଇଥିଲା । ବହୁତ ଶିଘ୍ର ସେ ଦଳର ଅଧିନାୟକତ୍ୱ ଗ୍ରହଣ କରିଥିଲେ । ଏବଂ ୨୦୦୭ ଟି-୨୦ ବିଶ୍ୱକପ ଜିତାଇବା ପରେ ସାରା ବିଶ୍ୱ ଧୋନୀଙ୍କ ଫ୍ୟାନ ବନିଯାଇଥିଲା । ଏହାପରେ ସେ ଭାରତୁ ଦ୍ୱିତୀୟ ବିଶ୍ୱକପ ଉପହାର ଦେଇଥିଲେ । ୨୦୧୧ ବିଶ୍ୱକପରେ ଭାରତ ପକ୍ଷରୁ ଅଧିନାୟକ ହୋଇ ଜିତାଇଥିଲେ । ଭାରତ ତରଫରୁ ୯୦ଟି ଟେଷ୍ଟ୍ ମ୍ୟାଚ୍, ୩୪୯ଟି ଏକଦିବସୀୟ ମ୍ୟାଚ୍ ଓ ୯୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳି ସାରିଛନ୍ତି । ଆଇପିଏଲରେ ମଧ୍ୟ ଧୋନି ଚେନ୍ନାଇ ସୁପର କିଙ୍ଗସ ଦଳର ନେତୃତ୍ୱ ନେଉଛନ୍ତି ।