ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟୋକିଓ ପାରାଲିମ୍ପିକ୍ସ ଦମଦାର୍ ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ ଖେଳାଳୀ । ଏହି କ୍ରମରେ ପାରାଲିମ୍ପିକ୍ସରେ ଏବେ ନିଜର ଦମ୍ ଦେଖାଇଛନ୍ତି ଓଡିଆ ପୁଅ ପ୍ରମୋଦ ଭଗତ । ସିଙ୍ଗଲ ବ୍ୟାଡମିଣ୍ଟନ ଇଭେଣ୍ଟରେ ସେ ଫାଇନାଲ ରାଉଣ୍ଡରେ ଏଣ୍ଟ୍ରି କରିଛନ୍ତି ।
ଜାପାନର ଦାଇସୁକ ଫୁଜିହାରାଙ୍କୁ ସେମିଫାଇନାଲରେ ହରାଇ ଫାଇନାଲରେ ଏଣ୍ଟ୍ରି ମାରିଛନ୍ତି ପ୍ରମୋଦ । ପୁରୁଷ ସିଙ୍ଗଲ ଏସଏଲ୩ ଇଭେଣ୍ଟରେ ନିଜର ଦମଦାର୍ ପ୍ରଦର୍ଶନ କରି ପଦକ ପକ୍କା କରିଛନ୍ତି ।
ସୂଚନାଯୋଗ୍ୟ, ପାରାଲିମ୍ପିକ୍ସରେ ଭାରତୀୟ ଖେଳାଳୀ ଦମଦାର୍ ପ୍ରଦର୍ଶନ କରି ପଦକ ହାସଲ କରିବା ସହ ପଦକ ସଂଖ୍ୟା ୧୩ କୁ ବୃଦ୍ଧି ପାଇଛି ।