ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗତ କିଛି ଦିନ ହେବ ଭାରତୀୟ କ୍ରିକେଟରଙ୍କ ଉପରେ ଫିକ୍ସିଙ୍ଗ ଗେମ୍ ର ଯାଦୁ ଚଢିଛି । ଏହାର ସବୁଠାରୁ ଅଧିକ ପ୍ରଭାବ ଘରୋଇ କ୍ରିକେଟ ଉପରେ ପଡୁଛି । ନିକଟରେ ସ୍ପଟ୍ ଫିକ୍ସିଙ୍ଗ ମାମଲାରେ ଭାରତର ଦୁଇ ଘରୋଇ ଖେଳାଳୀଙ୍କୁ ଗିରଫ କରାଯାଇଛି । ଏହି ଦୁଇ ଖେଳାଳୀ କର୍ଣ୍ଣାଟକ ପ୍ରିମିୟର ଲିଗ୍ (କେପିଏଲ) ର ଅନେକ ସଂସ୍କରଣ ଭିନ୍ନ ଭିନ୍ନ ଟିମ୍ ସହିତ ମ୍ୟାଚ୍ ଖେଳି ସାରିଛନ୍ତି ।
ବେଲ୍ଲାରୀ ଟିମ୍ ର କ୍ୟାପ୍ଟେନ ସିଏମ ଗୌତମ ଏବଂ ବହରାର କାଜିଙ୍କୁ ସ୍ପଟ ଫିକ୍ସିଙ୍ଗ ମାମଲାରେ ପୋଲିସ ଗିରଫ କରିଛି । ସିଏମ ଗୌତମ ଆଇପିଏଲରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳି ସାରିଛନ୍ତି । ଦୁଇ ଖେଳାଳୀଙ୍କୁ କେପିଏଲ ୨୦୧୯ର ଫାଇନାଲରେ ଧୀର ବ୍ୟାଟିଂ ପାଇଁ ୨୦ ଲକ୍ଷ ଟଙ୍କା ଦିଆଯାଇଥିଲା । କେପିଏଲ ୨୦୧୯ର ଫାଇନାଲ ମ୍ୟାଚ ହୁବଲୀ ଏବଂ ବେଲ୍ଲାରୀ ଟିମ୍ ମଧ୍ୟରେ ହୋଇଥିଲା ।
ଏହାପୂର୍ବରୁ କର୍ଣ୍ଣାଟକ ପ୍ରିମିୟର ଲିଗ୍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ୨୯ ବର୍ଷିୟ ବ୍ୟାଟ୍ସମ୍ୟାନ ନିଶାନ୍ତ ସିଂ ଶେଖାରବତକୁ କେନ୍ଦ୍ରୀୟ ଅପରାଧ ଶାଖା ପୋଲିସ ୨୦୧୮ରେ ମ୍ୟାଚ ଫିକ୍ସିଙ୍ଗ ମାମଲାରେ ଗିରଫ କରିଥିଲା । କେପିଏଲରେ ଅନେକ ଟିମ୍ ପାଇଁ ଖେଳି ସାରିଥିବା ଶେଖାବତ ଉପରେ ଫିକ୍ସିଙ୍ଗ ଭଳି ବାଜି ଲଗାଉଥିବାର ଅଭିଯୋଗ ରହିଛି । କେବଳ ଏତିକି ନୁହେଁ ଟିମ୍ ର ଗୁରୁତ୍ୱପୂର୍ଣ୍ଣ ଖବରକୁ ଶେଖାବତ୍ ବାହାରକୁ ପାସ୍ କରିଥାନ୍ତି ।