ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟିମ୍ ଇଣ୍ଡିଆ ଏବଂ ନ୍ୟୁଜଲାଣ୍ଡ ମଧ୍ୟରେ ସିରିଜ୍ ର ତୃତୀୟ ମୁକାବିଲା ସୋମବାର ମାଉଣ୍ଟ ମେଙ୍ଗନୁଇ ରେ ଖେଳାଯିବ । ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଖେଳିବାକୁ ମଉକା ଦେଇପାରନ୍ତି ।
ହୁଏତ ଏହାପୂର୍ବରୁ ବିସିସିଆଇ ଅଧିକାରୀ ଏବଂ ପୂର୍ବତମ କ୍ରିକେଟର ସୁନୀଲ ଗାଭାସ୍କର ଏହା ବିରୋଧରେ ସ୍ୱର ଉଠାଇଥିଲେ । ନିକଟରେ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର କମିଟି ଅଫ୍ ଆଡମିନିଷ୍ଟେଟ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି ।
ଦୁଇ ଜଣ ଖେଳାଳୀଙ୍କ ଉପରୁ ନିଲମ୍ବନ ହଟିବା ପରେ କେଏଲ ରାହୁଲ ଭାରତ-ଏ ସହିତ ଯୋଡି ହୋଇଛନ୍ତି । ଭାରତ-ଏ କୁ ଇଂଲଣ୍ଡ ଲୟସ ସହ ପାଞ୍ଚୋଟି ମ୍ୟାଚ୍ ଖେଳିବାର ଅଛି । ସେହିପରି ପାଣ୍ଡ୍ୟାଙ୍କୁ ସିଧାସଳଖ ଭାରତୀୟ ଦଳରେ ଏଣ୍ଟ୍ରି ମିଳିଯାଇଛି । ଯାହାକୁ ନେଇ ଗାଭାସ୍କର ପ୍ରଶ୍ନ କରିଛନ୍ତି ।
ସୁନୀଲ ଗାଭାସ୍କର କହିଛନ୍ତି କି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ରେ ସାମିଲ କରିବା ପାଇଁ ବିଜୟ ଶଙ୍କର ଭଳି ପ୍ରତିଭାଶାଳୀ ଖେଳାଳୀଙ୍କୁ ବଳି ପକାଯାଉଛି । ଏହାଦ୍ୱାରା ତାଙ୍କ ଆତ୍ମବିଶ୍ୱାସରେ ଦୁର୍ବଳ ହେବା ସାଧାରଣ କଥା । କାରଣ ଏପର୍ଯ୍ୟନ୍ତ ଶଙ୍କର ବହୁତ ଭଲ ଖେଳି ଆସିଛନ୍ତି । ପାଣ୍ଡ୍ୟାଙ୍କୁ ଏଭଳି ଭାବେ ଅଚାନକ୍ ଏଣ୍ଟ୍ରି କରାଇବା ଦ୍ୱାରା ବିଜୟ ଶଙ୍କର ପ୍ରଦର୍ଶନ ପାଇଁ ପ୍ରଶ୍ନ ଉଠୁଛି ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନିଲମ୍ବନ ସମାପ୍ତ ହେବାକୁ ନେଇ ଗାଭାସ୍କର କହିଛନ୍ତି ଯେ, ‘ବିନା କୌଣସି ଶୁଣାଣିରେ ନିଲମ୍ବନ କାହିଁକି ରଦ୍ଦ କରାଗଲା । କ’ଣ ହାର୍ଦ୍ଦିକ ଯେଉଁ ସବୁ କାମ କରିଛନ୍ତି ତାହାକୁ ସମସ୍ତେ ଭୁଲି ଗଲେ । ଭାରତୀୟ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଦମଦାର୍ ଖେଳାଳୀ । ସେ ଏବେ ନ୍ୟୁଜଲାଣ୍ଡରେ ପହଁଚିବେ, କିନ୍ତୁ ଏଭଳି ସ୍ଥିତିରେ ବିଜୟ ଶଙ୍କରଙ୍କର କ’ଣ ହେବ? ଏପର୍ଯ୍ୟନ୍ତ ଦୁଇଟି ମ୍ୟାଚରେ ଶଙ୍କରଙ୍କ ପ୍ରଦର୍ଶନ ଭଲ ରହିଛି । ପାଣ୍ଡ୍ୟାଙ୍କ ପହଁଚିବା ପରେ ଶଙ୍କରଙ୍କ ସ୍ଥିତତ କ’ଣ ହେବ? ’ ।