ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଗଷ୍ଟ ୧୫ ରେ ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତାଙ୍କର ଏହି ଘୋଷଣା ପରେ କ୍ରିକେଟ ଜଗତ ସମେତ ତାଙ୍କ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଧୋନୀଙ୍କ ଅବସର ପରେ ଭାରତୀୟ କିକ୍ରେଟ ବିସିସିଆଇ ରେ ଧୋନୀଙ୍କ ଯୋଗଦାନ ପାଇଁ ତାଙ୍କୁ ଅନେକ ବଡ ବଡ ହସ୍ତି ଶୁଭେଚ୍ଛା ଜଣାଇଛନ୍ତି । ଏହାସହିତ ତାଙ୍କ ନାଁ ଇତିହାସରେ ଲେଖାଯିବା ଉଚିତ୍ ବୋଲି ମଧ୍ୟ ଦାବି କରାଯାଉଛି ।
ଏବେ ପୁଣି ମଧ୍ୟପ୍ରଦେଶର କଂଗ୍ରେସ ବିଧାୟକ ତଥା ପ୍ରଦେଶର ପୂର୍ବତନ ମନ୍ତ୍ରୀ ପି.ସି ଶର୍ମା କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି କି , ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତ ରତ୍ନ ରେ ସମ୍ନାନିତ କରାଯାଉ ।
भारतीय क्रिकेट को पूरी दुनिया में विजेता के रूप में स्थापित करने वाले "देश के रत्न" महान कप्तान महेंद्र सिंह धोनी को भारत-रत्न से सम्मानित किया जाना चाहिये। @msdhoni @PMOIndia #pcsharmainc #MSDhoni
— P C Sharma (@pcsharmainc) August 16, 2020
ସୂଚନାଯୋଗ୍ୟ, କ୍ରିକେଟରେ ଏପର୍ଯ୍ୟନ୍ତ କେବଳ ସଚିନ ତେନ୍ଦୁଲକରଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଛି । ୨୦୧୪ ରେ କ୍ରିକେଟରୁ ସନ୍ୟାସ ନେବା ପରେ ସଚିନଙ୍କୁ ସମ୍ମାନିତ କରାଯାଇଥିଲା ।