ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୋହାଲିରେ ତିନୋଟି ସିରିଜ୍ ର ଦ୍ୱିତୀୟ ଟି୨୦ ମୁକାବିଲା ଖେଳାଯାଇଛି । ଇତି ମଧ୍ୟରେ ଭାରତୀୟ କାପ୍ଟେନ ବିରାଟ କୋହଲି ୭୨ ରୁ ଅଧିକ ରନ୍ କରି ମ୍ୟାଚ୍ ରେ ବିଜୟ ହାସଲ କରିଛନ୍ତି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଛି ଭାରତ । କେବଳ ଏତିକି ନୁହେଁ ପ୍ରଥମରୁ କେବେ ବି ଭାରତୀୟ ଟିମ୍ ମୋହାଲିରେ ହାରିନାହିଁ, ସବୁବେଳେ ବିଜୟ ହାସଲ କରି ରେକର୍ଡ ବଳବତ୍ତର ରଖିଛି ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ କାରିୟରରେ ବିରାଟ ୨୨ତମ ଅର୍ଦ୍ଧଶତକ ଲଗାଇଛନ୍ତି । ଏହି ଅର୍ଦ୍ଧଶତକ ସହିତ ବିରାଟ ବିଶ୍ୱର ସବୁଠାରୁ ଅଧିକ ଅର୍ଦ୍ଧଶତକ ଲଗାଉଥିବା ଖେଳାଳି ହୋଇଯାଇଛନ୍ତି । ଏହି ମାମଲାରେ ସେ ରୋହିତ ଶର୍ମାଙ୍କୁ ପଛରେ ପକାଇ ଦେଇଛନ୍ତି । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ରୋହିତ ୨୧ ଅର୍ଦ୍ଧଶତକ ଲଗାଇଛନ୍ତି ।
ଟି୨୦ ଇଣ୍ଟରନାସନାଲ କ୍ରିକେଟରେ ଏବେ ବିରାଟ କୋହଲିଙ୍କର ୨୪୪୦ ରନ୍ ହୋଇଯାଇଛି । ଏହାପୂର୍ବରୁ ଟି୨୦ କ୍ରିକେଟରେ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳି ମଧ୍ୟରୁ ରୋହିତ ଶର୍ମା ଆଗରେ ଥିଲେ ।
ୱାନଡେ କ୍ରିକେଟରେ ଏକ ନମ୍ବର ବ୍ୟାଟ୍ସମ୍ୟାନ ଥିବା ବିରାଟ କୋହଲି ଟି୨୦ ରେ ବି ନିଜର ଜଲୱା ଜାରି ରଖିଛନ୍ତି ।