ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିରାଟ କୋହଲି ୨.୬ କୋଟି ଡଲାର ଆୟ କରିବା ସହିତ, ଫୋର୍ବ୍ସ ୨୦୨୦ର ବିଶ୍ୱରେ ସବୁଠାରୁ ଅଧିକ ଆୟ କରୁଥିବା ଖେଳାଳୀ ତାଲିକାରେ ଏକମାତ୍ର ଭାରତୀୟ । ଭାରତୀୟ କ୍ରିକେଟ ଟିମ୍ ର କ୍ୟାପ୍ଟେନ ୧୦୦ ଖେଳାଳୀଙ୍କ ଏହି ତାଲିକାରେ ୬୬ତମ ସ୍ଥାନରେ ରହିଛନ୍ତି କୋହଲି । ସେ ଗତବର୍ଷ ୧୦୦ତମ ଏବଂ ୨୦୧୮ ରେ ୮୩ତମ ସ୍ଥାନରେ ରହିଥିଲେ ।
କୋହଲି ୨.୪ ଡଲାରର ଆୟ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଦ୍ୱାରା କରିଥିବା ବେଳେ ୨୦ ଲକ୍ଷ ଡଲାରର ଆୟ ବେତନ ଏବଂ ପୁରସ୍କାର ରାଶିରୁ କରିଛନ୍ତି । ସେହିଅନୁଯାୟୀ ଗତବର୍ଷ ତାଙ୍କର ଆୟ ୨.୫ କୋଟି ଡଲାର ରହିଥିବା ବେଳେ ୨୦୧୮ ରେ ସେ ୨.୪ କୋଟି ଡଲାର ଆୟ କରିଥିଲେ ।
ଫୋର୍ବ୍ସ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ତାଲିକା ଅନୁଯାୟୀ ଶୀର୍ଷ ୫ ଜଣଙ୍କ ମଧ୍ୟରେ ଫୁଟବଲ୍ ଖେଳାଳୀ କ୍ରିଷ୍ଟିୟାନୋ ରୋନାଲ୍ଡ (୧୦୫ ମିଲିୟନ ଡଲାର), ଲିଓନେଲ ମେସି (୧୦୪ ମିଲିୟନ ଡଲାର), ନେମାର (୯୫.୫ ମିଲିୟନ ଡଲାର) ଏବଂ ଆମେରିକା ବାସ୍କେଟବଲ ଖେଳାଳୀ ଲେବ୍ରାନ ଜେମ୍ସ (୮୮.୨ ମିଲିୟନ ଡଲାର) ସାମିଲ ଅଛନ୍ତି । ଏହାସହିତ ସ୍ୱିଜରଲାଣ୍ଡର ଦିଗଜ ଟେନିସ୍ ଖେଳାଳୀ ରୋଜର ଫେଡରରଏହି ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ।