ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଭାରତର କ୍ରିକେଟ କ୍ୟାପ୍ଟେନ ବିରାଟ କୋହଲିଙ୍କ ଜନ୍ମ ଦିବସ । ୩୧ ବର୍ଷ ବୟସରେ ପାଦ ଥାପିଛନ୍ତି ବିରାଟ । ଏହି ଅବସରରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଇମୋସନାଲ ଚିଠି ଲେଖିଛନ୍ତି । ପିଲାଦିନର କଥାକୁ ମନେ ପକାଇ ସେ କିଛି କଥା ସେୟାର କରିଛନ୍ତି । ବିରାଟ ଏହି ଚିଠିଟିକୁ ଚିକୁ ପାଇଁ ଲେଖିଛନ୍ତି । ଚିକୁ ହେଉଛି ଖୋଦ୍ ବିରାଟଙ୍କ ନିକ୍ ନେମ । ତେବେ ଆସନ୍ତୁ ଜାଣିବା ଚିକୁ ପାଇଁ ବିରାଟ କି ଚିଠି ଲେଖିଛନ୍ତି ।
ହାଏ ଚିକୁ… ସର୍ବ ପ୍ରଥମେ ଜନ୍ମଦିନର ବହୁତ ବହୁତ ଶୁଭକାମନା । ମୋର ବିଶ୍ୱାସ ରହିଛି କି ଆପଣଙ୍କ ଭବିଷ୍ୟତ ବିଷୟରେ ମୋ ପାଇଁ ଆପଣଙ୍କ ପାଖରେ ବହୁତ ଗୁଡାଏ ପ୍ରଶ୍ନ ରହିଛି । କିନ୍ତୁ କାହାର ଉତ୍ତର ଦେଇ ପାରିବି ନାହିଁ । ମୁଁ ଜାଣିନି ତୁମକୁ କଣ ସର୍ପରାଇଜ ଏବଂ ଚ୍ୟାଲେଞ୍ଜ ମିଳିବ । ମାତ୍ର ପ୍ରତ୍ୟେକ ନିରାଶ ଗୋଟେ ଗୋଟେ ଶିଖାଇବାର ମଉକା ଦେଇଥାଏ । ଆଜି ତୁମକୁ ଏହାର ଅନୁଭବ ନଥିବ, କିନ୍ତୁ ଏହା ଲକ୍ଷ୍ୟ ଠାରୁ ବି ଅଧିକ ମଜାଳିଆ ଯାତ୍ରାକୁ ନେଇ । ଯାହା ମୁଁ ତୁମକୁ କହିବି ତାହା ଜୀବନରେ ତୁମ ପାଇଁ ବହୁତ ବଡ ଜିନିଷ । କିନ୍ତୁ ତୁମକୁ ତୁମ ରାସ୍ତାରେ ଆସୁଥିବା ପ୍ରତ୍ୟେକ ଅବସର ପାଇଁ ବାସ୍ତବିକ ହେବା ଉଚିତ୍ । ଯେତେବେଳେ ବି ମଉକା ମିଳିବ ତାକୁ ଧରି ନିଅ । କିନ୍ତୁ ଦାନରେ ମିଳୁଥିବା ଜିନିଷକୁ କେବେ ବି ନିଅ ନାହିଁ । ଏହା ମଧ୍ୟରେ ଅନେକ ଥର ବିଫଳ ହେବ । କେବଳ ନିଜ ନିଜ ଭିତରେ ପ୍ରତିଶୃତି କର କି କଦାପି ଉଠିବା ଭୁଲିବ ନାହିଁ । ଯଦି ଆପଣ ପ୍ରଥମରୁ ପ୍ରସ୍ତୁତ ନାହାନ୍ତି, ତେବେ ପୁର୍ନବାର ପ୍ରୟାସ କର । ତୁମକୁ ବହୁତ ଲୋକ ପସନ୍ଦ କରିବେ । ଏହାସହିତ କିଛି ଲୋକ ନାପସନ୍ଦ ବି କରିବେ । ଯେଉଁ ଲୋକଙ୍କୁ ତୁମେ ଜାଣିନ ତାଙ୍କ କଥା ଖାତିର କର ନାହିଁ । ନିଜ ଉପରେ ବିଶ୍ୱାସ ରଖ ।
ମୁଁ ଜାଣିଛି ତୁମେ ସେହି ଜୋତା ବିଷୟରେ ଭାବୁଥିବ ଯାହାକୁ ପିତାଜୀ ଆଜି ଉପହାରରେ ଦେଇ ନାହାନ୍ତି । ମାତ୍ର ଏହି ଉପହାର ସେତେବେଳେ ବେକାର ହୋଇଯାଇଥାଏ ଯେତେବେଳେ ଏହାର ତୁଳନା ବାପାଙ୍କୁ ଆଲିଙ୍ଗନ କରିବା ସହ ହୋଇଥାଏ । ମୁଁ ଜାଣିଛି ସେ ଅନେକ ଥର ନିଜର ରାଗ ଦେଖାଇଥାନ୍ତି କାରଣ ଏହା ତୁମ ଭଲ ପାଇଁ ସେ ଏଭଳି କରିଥାନ୍ତି । ତୁମକୁ ଲାଗେ କି ଆମ ମାତା-ପିତା ବେଳେ ବେଳେ ବୁଝି ପାରନ୍ତିନି, କିନ୍ତୁ ତାଙ୍କୁ ସମ୍ମାନ କରିବା ଏବଂ ତାଙ୍କ ସହ ସମୟ ବିତାଇବାକୁ ମନେ ରଖନ୍ତୁ ।
ଶେଷରେ ମୁଁ ଏତିକି କହିବାକୁ ଚାହିଁବି ସର୍ବଦା ନିଜ ହୃଦୟର କଥା ଶୁଶ । ନିଜ ସ୍ୱପ୍ନକୁ ଫଲୋ କର । ଦୟାଳୁ ହୁଅ ଏବଂ ଦୁନିଆକୁ ଦେଖାଅ ଯେ ବଡ ସ୍ୱପ୍ନ ଦେଖିବା ଦ୍ୱାରା ସବୁକିଛି ବଦଳି ଯାଏ ।